ବୃଦ୍ଧି ହେଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା !

22

ଦିଲ୍ଲୀର ମନ୍ତ୍ରୀ ଏବଂ ବିଧାୟକଙ୍କ ପାଇଁ ଖୁସି ଖବର । ବୃଦ୍ଧି ହେଲା ମନ୍ତ୍ରୀ ଓ ବିଧାୟକଙ୍କ ଦରମା । ବୃଦ୍ଧି ପାଇଥିବା ଦରମା ଅନୁଯାୟୀ ବର୍ତ୍ତମାନ ବିଧାୟକମାନେ ପ୍ରତି ମାସରେ ୯୦ ହଜାର ଟଙ୍କା ପାଇବେ । ଏଥିସହିତ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ମାସକୁ ୧.୭୦ଲକ୍ଷ ଟଙ୍କା କରାଯାଇଛି । ୨୦୨୨ ଜୁଲାଇ୪ ତାରିଖରେ ଦିଲ୍ଲୀ ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି ପାଇଁ ୫ଟି ପ୍ରସ୍ତାବ ପାରିତ କରାଯାଇଥିଲା । ଏହି ପ୍ରସ୍ତାବରେ ରାଷ୍ଟ୍ରପତି ମଞ୍ଜୁରୀ ଦେଇଥିଲେ ।

ମଞ୍ଜୁରୀ ପାଇବାପରେ ଦିଲ୍ଲୀ ସରକାରଙ୍କ ଆଇନ ବିଭାଗ ଦରମା ବୃଦ୍ଧି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ବିଧାୟକମାନେ ମାସକୁ ୫୪,୦୦୦ଟଙ୍କା ପାଉଥିଲେ । ଏବେ ବିଧାୟକମାନଙ୍କ ଦରମା ୬୭ ପ୍ରତିଶତ ବୃଦ୍ଧିପାଇ ୯୦,୦୦୦ଟଙ୍କା ରହିଛି । ସେହିପରି ସରକାରୀ ମନ୍ତ୍ରୀମାନେ ବର୍ତ୍ତମାନ ପର୍ଯ୍ୟନ୍ତ ମାସକୁ ବେତନ ଭାବେ ୭୨ ହଜାର ଟଙ୍କା ପାଉଥିଲେ । ଏବେ ସେମାନଙ୍କର ଦରମାରେ ୧୩୬.୧୧ ପ୍ରତିଶତ ବୃଦ୍ଧି କରାଯାଇଛି । ଫଳରେ ଆଗାମୀ ଦିନରେ ସରକାରୀ ମନ୍ତ୍ରୀମାନେ ମାସକୁ ୧.୭୦ ଲକ୍ଷ ଟଙ୍କା ପାଇବେ । ୨୦୧୧ ପରେ ପ୍ରଥମ ଥର ପାଇଁ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା ବୃଦ୍ଧି କରାଯାଇଛି ।

ବିଧାୟକ ଓ ମନ୍ତ୍ରୀଙ୍କ ଦରମା ବୃଦ୍ଧି ଏକପ୍ରକାର ଚର୍ଚ୍ଚାର ଖବର ପାଲଟିଛି । ୧୨ବର୍ଷ ପରେ ବୃଦ୍ଧି ପାଇଥିବା ଦରମା ବିଧାୟକଙ୍କୁ ୨୦୨୩ ଫେବୃଆରିରୁ ମିଳିବ । ସେହିପରି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ତଥା ବିରୋଧୀ ନେତାଙ୍କୁ ୧.୭୨ଲକ୍ଷ ଟଙ୍କା ମିଳିବ । ଏଥିମଧ୍ୟରୁ ୭୦ହଜାର ଟଙ୍କା ପୂର୍ବରୁ ମିଳିଯିବ ବୋଲି ସୂଚନା ରହିଛି ।

Comments are closed, but trackbacks and pingbacks are open.