ରୁଷିଆ ସେନା ର କିଭ ଦଖଲ ଅଭିଯାନ ଜୋରଦାର

22

ରୁଷ-ୟୁକ୍ରେନ୍‌ ଯୁଦ୍ଧ ଆଜି ୧୮ ଦିନ ରେ ପହଂଚିଛି I ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେଉଥିବାବେଳେ ରୁଷିଆ ପ୍ରଚଣ୍ଡ ଆକ୍ରମଣ କରି ୟୁକ୍ରେନ କୁ ସମ୍ପୂର୍ଣ୍ଣ ଧ୍ବଂସ ସ୍ତୁପ ରେ ପରିଣତ କରିସାରିଲIଣି I ୟୁକ୍ରେନ ପାଇଁ ଏବେ ରୁଷ ଆହୁରି କଠୋର ନିଷ୍ପତ୍ତି ନେଇଥିବା ଦେଖିବାକୁ ମିଳିଛି । ୟୁକ୍ରେନର ରାଜଧାନୀ କିଭକୁ ଦଖଲ ପାଇଁ ସୈନ୍ୟ ବଢ଼ାଇଛି ରୁଷିଆ । ୟୁକ୍ରେନ୍‌ର ସବୁ ଏୟାର ପୋର୍ଟ କୁ ରେଡ୍‌ ଆଲର୍ଟ ଜାରି ହୋଇଛି। ଆକଶମାର୍ଗରୁ ରୁଷ ଆହୁରି ବୋମା ବର୍ଷା କରିବ ବୋଲି ଚେତାବନୀ ମିଳିଛି।ରାଜଧାନୀ କିଭ କୁ ୩ ପଟୁ ଘେରିଛନ୍ତି ରୁଷ ସେନା । ଉତ୍ତରରୁ ଇରପିନ୍ ପଟୁ କିଭ କୁ ଘେରିଛି ରୁଷିଆ , ସେହିପରି ପଶ୍ଚିମରେ ବୁଚ୍ଚାରେ ଋଷ ସେନା ମୁତୟନ ହୋଇ ସାରିଲେଣି । ପୂର୍ବ ପଟୁ ବ୍ରୋବରୀରେ ଋଷ ସେନା ପକ୍ଷରୁ ଜୋରଦାର ଆକ୍ରମଣ କରାଯାଉଛି । କିଭ୍ ନିକଟରେ ଆଂଟନୋଭ୍ ଏୟାରପୋର୍ଟ ରୁଷ ସେନା କବଜା କରିଥିବା ଦାବି କରିଛି । ତେଣୁ ଯାହା ଜଣାପଡୁଛି କିଭ ଦଖଲ ପାଇଁ ରୁଷିଆ ନିର୍ଣ୍ଣାୟକ ଲଢ଼େଉ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଗ୍ରୀନ କରିଡରରେ କିଛି ମହିଳାଙ୍କ ସମେତ ଶିଶୁଙ୍କ ମୃତ୍ୟୁ ହୋଇଛି । ଖାଲି ସେତିକି ନୁ​‌ହେଁ କିଭରେ ସବୁ ସମୟରେ ଏୟାର ଆଟାକ୍‌ ସାଇରନ୍‌ ବାଜୁଥିବା ମଧ୍ୟ ଶୁଣିବାକୁ ମିଳୁଛି ।
ଏଥିସହିତ କିଭ୍‌, ରିବ୍ରେ, ଚର୍ନିହିବମ୍‌, ଟେରନୋପିଲ୍‌, ଡିନିପ୍ରୋ, ଚର୍କାସି ଏବଂ ସୁମିର ୱଲାଷ୍ଟରେ ଫସିରହିଥିବା ଲୋକଙ୍କୁ ତୁରନ୍ତ ମେଟ୍ରୋ ସେଲ୍ଟରକୁ ପଳାଇବାକୁ ଚେତାବନୀ ଦିଆଯାଇଛି । ସେପଟେ ୟୁକ୍ରେନ୍‌ ବାୟୁସେନା ଅତିକମ୍‌ରେ ରୁଷର ୬ଟି ବିମାନ ନଷ୍ଟ କରିଦେଇଥିବା ନେଇ ଦାବି କରିଛି। ଦୁଇଟି କେଏ-୫୨ ହେଲିକପ୍ଟର, ଗୋଟିଏ ସୁ-୩୪, ଅଉ ଏକ ଅଜ୍ଞାତ ଫାଇଟର ଜେଟ୍‌ ଓ ଦୁଇଟି ଡ୍ରୋନ୍‌କୁ ମାର୍ଚ୍ଚ ୧୨ ତାରିଖରେ ନଷ୍ଟ କରାଯାଇଥିବା ନେଇ ୟୁକ୍ରେନ୍‌ ସେନା ଦାବି କରିଛି।

Comments are closed, but trackbacks and pingbacks are open.