ଡଲାର ତୁଳନାରେ ଟଙ୍କା ସାମାନ୍ୟ ଦୁର୍ବଳ

30

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ସାମାନ୍ୟ ଦୁର୍ବଳ ହୋଇପଡିଥିବା ଜଣାପଡିଛି । ମଙ୍ଗଳବାର ମାର୍କେଟ କାରବାର ଶେଷ ସୁଦ୍ଧା ଭାରତୀୟ ଟଙ୍କାର ବିନିମୟ ମୂଲ୍ୟ ୩ ପଇସା ହ୍ରାସ ପାଇଛି । ଫଳରେ ଗୋଟିଏ ଡଲାର ବିନିମୟରେ ବର୍ତ୍ତମାନ ୮୧.୭୧ ଟଙ୍କା ମିଳିବ ବୋଲି ଜଣାପଡିଛି । ଆନ୍ତର୍ଜାତିକ ମାର୍କେଟରେ ଅଣବିଶୋଧିତ ତୈଳ ମୂଲ୍ୟ ବୃଦ୍ଧିି ଘଟିଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଟଙ୍କା ଉପରେ ପଡିଥିବା କୁହାଯାଇଛି । କାରବାର ଚାଲିଥିବାବେଳେ ଏକଦା ଟଙ୍କାର ବିନିମୟ ମୂଲ୍ୟ ୮୧.୫୭ରେ ପହଞ୍ଚିଥିଲା । ତେବେ କାରବାର ଶେଷବେଳକୁ ସ୍ଥିତିରେ ଅବନତି ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ ସୋମବାର ଟଙ୍କାର ବିନିମୟ ମୂଲ୍ୟ ୮୧.୬୮ ରହିଥିଲା ।

Comments are closed, but trackbacks and pingbacks are open.