ମେ ୨୬ରୁ ବଦଳିଯିବ ଏହି ନିୟମ, ଏଥର ବିନା ପାନ୍ ଅର୍ଥ କାରବାର କରି ପାରିବେ ନାହିଁ

29

କ୍ୟାସ୍ ଟ୍ରାଞ୍ଜାକ୍ସନ ଲାଗି ପୁଣି ଥରେ ସରକାର ଓ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ନିୟମ ବଦଳାଇବାକୁ ପ୍ରସ୍ତୁତି କରିସାରିଲେଣି। ସେହି ଅନୁସାରେ ୨୬ ମେ ୨୦୨୨ରୁ କ୍ୟାସ୍ ଉଠାଣ ଓ ଜମା କରିବାର ନିୟମ ବଦଳିଯିବ। ଟ୍ୟାକ୍ସ ଚୋରି ରୋକିବା ନିମନ୍ତେ ଆୟକର ବିଭାଗ ଏହି ନିୟମ ପରିବର୍ତ୍ତନ କରିଛନ୍ତି। ନୂଆ ପରିବର୍ତ୍ତନ ଅନୁସାରେ ଆପଣ ବିନା ପାନ୍‌ ନମ୍ବରରେ ନା ୨୦ ଲକ୍ଷରୁ ଅଧିକ ଟଙ୍କା ଜମା କରିପାରିବେ ନା ଏତିକି ଟଙ୍କା ଉଠାଣ କରିପାରିବେ।

ମେ ୨୬ ତାରିଖରୁ ନଗଦ ଟଙ୍କା ଜମା କରିବା ଓ ଉଠାଣ କରିବା ଲାଗି ପାନ୍‌ କାର୍ଡ ଅନିବାର୍ଯ୍ୟ କରିଦିଆଯାଇଛି। ତେବେ ଏଥି ଲାଗି ଯେଉଁ ସୀମା ଧାର୍ଯ୍ୟ ହୋଇଛି ତାହା କେବଳ ଗୋଟିଏ ଆର୍ଥିକ ବର୍ଷ ଲାଗି। ଏଣୁ ବର୍ଷକରେ ୨୦ ଲକ୍ଷରୁ ଅଧିକ ଜମା କିମ୍ବା ଉଠାଣ କରିବା ବେଳେ ପାନ ନମ୍ବର ପକାଇ ଉଠାଣ କରିବାକୁ ହେବ। ଏଥିପାଇଁ ସିବିଡିଟି ଆୟକର ନିୟମ ୧୯୬୨ରେ ପରିବର୍ତ୍ତନ କରିଛନ୍ତି।
ଟ୍ୟାକ୍ସ ଚୋରୀ ରୋକିବା ପାଇଁ ସରକାର ନେଣଦେଣର ନିୟମ ପରିବର୍ତ୍ତନ କରିଛନ୍ତି। ସିବିଡିଟି ନୂଆ ନିୟମ ନେଇ ନୋଟିଫିକେସନ ମଧ୍ୟ ଜାରି କରିଛନ୍ତି। ନୂଆ ନିୟମରେ ମେ୨୬ ରୁ କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୨୦ ଲକ୍ଷରୁ ଯଦି ଅଧିକ ରାଶି ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରୁଛନ୍ତି ଅଥବା ଉଠାଣ କରୁଛନ୍ତି ତେବେ ତାଙ୍କ ପାନ କାର୍ଡର ସୂଚନା ଦେବାକୁ ହେବ। ସିବିଡିଟି ୨୦ ଲକ୍ଷରୁ ଅଧିକ ନେଣ ଦେଣ ନିୟମ ସଂଶୋଧନ କରି ପାନକାର୍ଡ ବାଧ୍ୟତାମୂଳକ କରିଦେଇଛନ୍ତି।

ସିବିଡିଟିଙ୍କ ଏହି ନିୟମ ପ୍ରତ୍ୟେକ ଆର୍ଥିକ ସଂସ୍ଥାନ ଯେପରିକି ବ୍ୟାଙ୍କ, କୋ-ଅପରେଟିଭ ବ୍ୟାଙ୍କ ଓ ଡାକଘର ଜମା ଆଦି ଲାଗି ପ୍ରଜୁଯ୍ୟ। ୨୦ ଲକ୍ଷ ଅଥବା ଏହାଠାରୁ ଅଧିକ ନେଣଦେଣ ଲାଗି ପାନକାର୍ଡ ସୂଚନା ଦେବାକୁ ପଡିବ। ପାନ କାର୍ଡ ଯୋଗୁ ଏହି ରାଶିକୁ ଟ୍ରାକ୍ କରାଯାଇପାରିବ। ସେହିପରି ବ୍ୟାଙ୍କମାନେ ମଧ୍ୟ କରେଣ୍ଟ ଆକାଉଣ୍ଟ ଖୋଲିବାର ନିୟମ ବଦଳାଇ ଦେଇଛନ୍ତି। ଏପରି ଆକାଉଣ୍ଚ ଖୋଲିବା ଲାଗି ଏବେ ପାନକାର୍ଡ ଦାଖଲ କରିବାକୁ ହେବ। ଯେଉଁମାନଙ୍କର ପାନ ନମ୍ବର ବ୍ୟାଙ୍କ ଆକାଉଣ୍ଟ ସହ ସଂଯୁକ୍ତ ସେମାନେ ମଧ୍ୟ ନେଣ ଦେଶ ସମୟରେ ନିୟମର ପାଳନ କରିବେ।

Comments are closed, but trackbacks and pingbacks are open.