ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି ଦଳ ନେତା :ନରସିଂହ ମିଶ୍ର

24

ଆଜି ମୌସୁମୀ ଅଧିବେଶନ ର ଶେଷ ଦିନରେ ଗୃହ ରେ ଦେଖିବାକୁ ମିଳିଥିଲା ପ୍ରବଳ ହଟଗୋଳ ଇ ଗତକାଲି ର ବାକିଥିବା ଖଣି ଦୁର୍ନୀତି ପ୍ରସଙ୍ଗ ଓ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ମାମଲାକୁ ନେଇ ବିରୋଧୀ ଦଳ ସରକାର ଙ୍କୁ ଟାର୍ଗେଟ କରି ନାରାବାଜି ଦେଇଥିଲେ I ଏହା ଫଳରେ ବାଚସ୍ପତି ଗୃହ କୁ ଦୁଇ ଥର ମୁଲତବୀ କରିଥିଲେ I ତେଣୁ ଶେଷ ଦିନରେ ବି ଠିକ ଭାବରେ ହୋଇପାରି ନଥିଲା ଗୃହକାର୍ଯ୍ୟ । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନରସିଂହ ମିଶ୍ର । ନରସିଂହ କହିଛନ୍ତି, ସିଂହ ଛାଲ ପିନ୍ଧି ସିଂହର ଗର୍ଜନ କରୁଛି ଶାସକ ବିଜେଡି ଦଳ । କେନ୍ଦ୍ରରେ ବିଲେଇ ଆଗରେ ମୂଷା ଭଳି ଲୁଚୁଛି । କାଳେ ବିଲେଇ ମୂଷାକୁ ଖାଇଦେବ ଏହି ଭୟ ରହିଛି । ଖଣି ଦୁର୍ନୀତି ତାତିରୁ ବର୍ତ୍ତିବା ପାଇଁ ଏବେ କେନ୍ଦ୍ର ଅବହେଳା କଥା କହି ନାଟକବାଜି କରୁଛି।

ମରୁଡ଼ି ଆଲୋଚନା ବେଳେ ଆମେ ସାରା ରାଜ୍ୟରେ ମରୁଡି ଘୋଷଣା କରନ୍ତୁ ବୋଲି ଦାବି କରିଥିଲୁ। କିନ୍ତୁ ସେହି ସମୟରେ ରାଜସ୍ବ ମନ୍ତ୍ରୀ କହିଥିଲେ ରାଜ୍ୟରେ ମରୁଡି ହୋଇନାହିଁ, ବର୍ଷା ଆଶଙ୍କା ରହିଛି, ସମୟ ଆସିଲେ ମରୁଡି ଘୋଷଣା କରାଯିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଥିଲେ। ଏବେ ଖଣି ଦୁର୍ନୀତିରୁ ରକ୍ଷା ପାଇବା ପାଇଁ କେନ୍ଦ୍ରର ବୈମାତୃକ ମନୋଭାବ ଓ ଅବହେଳା କହିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ। ଯଦି ବାସ୍ତବରେ ଚାଷୀଙ୍କ ପ୍ରତି ଆନ୍ତରିକତା ରହିଛି ତେବେ ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଦେଇ ରାଜ୍ୟ ସରକାର କାହିଁକି କିଣୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ସେହିପରି ବେଦାନ୍ତ ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । କୁଜଙ୍ଗ ଦୁଷ୍ମନ୍ତ ଦାସ ଆତ୍ମହତ୍ୟା ଘଟଣାରେ ସିଧାସଳଖ ପୋଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ନରସିଂହ।

ସେପଟେ ପ୍ରମିଳା ମଲ୍ଲିକ କହିଛନ୍ତି, ରାଜ୍ୟବାସୀଙ୍କ ସ୍ୱାର୍ଥକୁ ନେଇ ଆମେ ବାଘ ଓ ସିଂହର ଭୂମିକା ନେଉଛୁ ଆଉ ଗର୍ଜନ କରିଛୁ । ସାଧାରଣ ଲୋକଙ୍କ ସାମସ୍ୟାକୁ ନେଇ ଗର୍ଜନ କରିଛୁ । କେନ୍ଦ୍ରକୁ ଆମେ ଭୟ କରୁନୁ । ନା କଂଗ୍ରେସକୁ ଭୟ କରୁଥିଲୁ ନା ବିଜେପିକୁ କରୁଛୁ ବୋଲି ପ୍ରମିଳା କହିଛନ୍ତି ।

Leave A Reply

Your email address will not be published.