ବରିଷ୍ଠ କରୋନା ସଂକ୍ରମିତ ପାଇଁ ସଂଶୋଧିତ ଗାଇଡଲାଇନ ଜାରି

0 16

ଦେଶରେ ବଢୁଥିବା କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ବୟସ୍କ କରୋନା ସଂକ୍ରମିତଙ୍କ ପାଇଁ ସଂଶୋଧିତ ଗାଇଡଲାଇନ ଜାରି କରିଛନ୍ତି । ସଂଶୋଧିତ ଗାଇଡଲାଇନରେ ତିନି ପ୍ରକାର ସାମାନ୍ୟ, ମଧ୍ୟମ ଏବଂ ଗୁରୁତର ଶ୍ରେଣୀରେ ରୋଗୀଙ୍କୁ ବିଭକ୍ତ କରାଯାଇଛି । ଏପରି ରୋଗୀଙ୍କୁ ସୁରକ୍ଷିତ ଶାରୀରିକ ଦୂରତା ରକ୍ଷା କରିବା ସହ, ହାତକୁ ଭଲ ଭାବରେ ସଫା କରିବା ଏବଂ ଘର ଭିତରେ ମାସ୍କ ପିନ୍ଧିବାକୁ ବି ପରାମର୍ଶ ଦିଆଯାଇଛି।

ସାମାନ୍ୟ ଲକ୍ଷଣ ଥିବା ରୋଗୀ

ନୂଆ ମାର୍ଗଦର୍ଶିକାରେ ସାମାନ୍ୟ ଲକ୍ଷଣ ଥିବା କରୋନା ରୋଗୀଙ୍କ ନିଶ୍ୱାସ ନେବାରେ ଅସୁବିଧା ହେଲେ, ଜ୍ୱର ହେଲେ କିମ୍ୱା ୫ ଦିନରୁ ଅଧିକ ଦିନ ଧରି କାଶ ହେଲେ ଚିକିତ୍ସା ସହାୟତା ନେବା ଦରକାର ବୋଲି କୁହାଯାଇଛି। ଏହିପରି ରୋଗୀ ନିଜକୁ ଘରେ ଆଇସୋଲେଟ କରି ରଖିବାକୁ କୁହାଯାଇଛି।

ଅଳ୍ପ ଲକ୍ଷଣ ଥିବା ରୋଗୀ

ମଧ୍ୟମ ଧରଣ କରୋନା ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ପାଇଁ କ୍ଲିନିକଲ ୱାର୍ଡରେ ଭର୍ତ୍ତି କରାଯାଇ ପାରିବ । ଏପରି ରୋଗୀଙ୍କୁ ସଂଶୋଧିତ ଗାଇଡଲାଇନ ଅନୁସାରେ ଅକ୍ସିଜେନ ସହାୟତା ପ୍ରଦାନ କରାଯିବା ଦରକାର। ଯେଉଁ ରୋଗୀଙ୍କୁ ଅକ୍ସିଜେନର ଆବଶ୍ୟକତା ରହିଛି, ସେମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଗୁରୁତର କରୋନା ରୋଗୀ

ଯେଉଁ ରୋଗୀଙ୍କ ଅକ୍ସିଜେନ ସ୍ତର ୯୦ରୁ କମ ସେମାନଙ୍କୁ ଏହି ଶ୍ରେଣୀରେ ରଖାଯାଇଛି। ଏହି ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ଦରକାର। ଏପରି ରୋଗୀଙ୍କୁ ଭେଣ୍ଟିଲେଟରରେ ରଖାଯିବା ଦରକାର। ନିଶ୍ୱାସ ନେବାରେ ଅସୁବିଧା ଏବଂ ଅକ୍ସିଜେନର ଅଧିକ ଆବଶ୍ୟକତା ଥିବା ରୋଗୀଙ୍କୁ ଏନଆଇଭି ଦିଆଯିବା ଦରକାର।

Leave A Reply

Your email address will not be published.