ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ କଡା ଚେତାବନୀ: ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠ ପଢାଇବ ଓଡ଼ିଶା

79

ଭୁବନେଶ୍ୱର :  ପଶ୍ଚିମବଙ୍ଗ ସରକାରଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ନାଲି ଆଖି । ସୀମାରେ ଅନୁପ୍ରବେଶ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କଡା ଚେତାବନୀ ଦେଲେ ରାଜସ୍ବ ମନ୍ତ୍ରୀ । କହିଲେ ପଶ୍ଚିମବଙ୍ଗ ଅସଭ୍ୟ ସରକାର । ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ପାଠ ପଢାଇ ରାସ୍ତା ଦେଖାଇବ ଓଡିଶା। ବାଲେଶ୍ବର ଉଦୟପୁର ଏବଂ ସହାବାଜିପୁରରେ ପଶ୍ଚିମବଙ୍ଗ ସରକାରର ରାଜସ୍ୱ ମନ୍ତ୍ରୀଙ୍କ ଅନୁପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ ରାଜ୍ୟରେ ସୀମାକୁ ନେଇ ଛତିଶଗଡ଼, ଝାରଖଣ୍ଡ ଏବଂ ପଶ୍ଚିମବଙ୍ଗ ସହିତ ଅଛି । ମୁଁ ଜିଲ୍ଲା ଗସ୍ତ କରି ଅଧିକାରୀଙ୍କ ସହ ଆଲୋଚନ କରିଛି । ଛତିଶଗଡ଼ ଏବଂ ଝାରଖଣ୍ଡ ସହ ବିଶେଷ ସମସ୍ୟା ନାହିଁ । କିନ୍ତୁ ଆଶ୍ଚର୍ଯ୍ୟ ଓଡ଼ିଶା ଗଠନରୁ ଆଜି ଯାଏଁ ବାଲେଶ୍ଵରରେ ସୀମା ଚିହ୍ନଟ ହୋଇନାହିଁ । ରାଜସ୍ବ ବିଭାଗ ପଶ୍ଚିମ ବଙ୍ଗ ସରକାରଙ୍କ ସହ ଅଛି । ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ଭିତରେ ସୀମା ଚିହ୍ନଟ ହେବ । ଆଲୋଚନା ଆରମ୍ଭ ହେଲାଣି । ପଶ୍ଚିମବଙ୍ଗ ରାଜସ୍ବ ଅଧିକାରୀ ସହ ଓଡ଼ିଶାର ରାଜସ୍ବ ଅଧିକାରୀ ଫିଲଡ଼ ଭିଜିଟ କରି ସୀମା ଚିହ୍ନଟ ହେବ । ଏ ସରକାର ବିନା ବିବାଦରେ ସୀମା ଚିହ୍ନଟ ସମସ୍ୟାର ସମାଧାନ କରିବ । ପଶ୍ଚିମବଙ୍ଗ ସରକାର ଅସଭ୍ୟ ସରକାର । ଦେଶରେ ସମସ୍ୟା ସୃଷ୍ଟି କରୁଛି ବେଙ୍ଗଲ । ଆଳୁ ସମସ୍ୟା ସୃଷ୍ଟି କଲେ, ଅନୁପ୍ରବେଶ କରାଉଛି, ନାଗରିକତା ଆଇନକୁ ଲାଗୁ କଲେନି ପଶ୍ଚିମବଙ୍ଗ ସରକାର । ଆୟୁଷମାନ ଯୋଜନା ଲାଗୁ କଲେ ନାହିଁ । ଗଣତନ୍ତ୍ରରେ ଏହା ଦୁର୍ଭାଗ୍ୟ । ବିବାଦ ତିଆରି କରିବାର କାମ କରୁଛି । ଝଗଡା ତିଆରି କରିବାର କାମ କରୁଛି ପଶ୍ଚିମବଙ୍ଗ । ସେମାନଙ୍କର ପାଠ ପଢ଼ିବାର ଆବଶ୍ୟକତା ଅଛି । ଓଡ଼ିଶା ସରକାର ତାଙ୍କୁ ପାଠ ପଢ଼ାଇବ ରାସ୍ତା ଦେଖାଇବ । ଜବରଦସ୍ତିକୁ କିଏ ଖାତିର କରୁଛି । ପଶ୍ଚିମବଙ୍ଗ ସରକାର ଖୁଣ୍ଟ ଥିଲେ ଓଡ଼ିଶା ଲୋକ ଉପାଡି ଦେବେ । ରାଜସ୍ବ ବିଭାଗକୁ ଲୋକ ସହଯୋଗ କରୁଛନ୍ତି । ଓଡ଼ିଶା ସାରା ଦେଶକୁ ରାସ୍ତା ଦେଖାଉଛି । ପଶ୍ଚିମବଙ୍ଗ ସରକାରକୁ ରାସ୍ତା ଦେଖାଇବାକୁ ବେଶି ସମୟ ଲାଗିବନି ।

Comments are closed, but trackbacks and pingbacks are open.