ବାଙ୍କୀ ଏନଏସି ଦଖଲ ପାଇଁ ୩ ପ୍ରମୁଖ ଦଳର ଜୋରଦାର ପ୍ରୟାସ

24

ମାର୍ଚ୍ଚ ୨୪ ତାରିଖରେ ଅନୁଷ୍ଠିତ ହେବ ପୈାର ତଥା ଏନ.ଏ.ସି ନିର୍ବାଚନ। ଏଥି ପାଇଁ ବାଙ୍କୀ ଏନ.ଏ.ସି ଅନ୍ତର୍ଗତ ସମସ୍ତ ୨୭ ଗୋଟି ଓାର୍ଡରେ ପାରିଷଦ ପଦବୀ ପାଇଁ ୪୬ଜଣ ପ୍ରାର୍ଥୀ ଏବଂ ନଗରପାଳ ପଦବୀ ପାଇଁ ୪ଜଣ ପ୍ରାର୍ଥୀ ୩ ପ୍ରମୁଖ ଦଳ ସହିତ ଜଣେ ସ୍ୱାଧୀନ ପ୍ରାର୍ଥୀରୁ ନିର୍ବାଚନ ଲଢୁଛନ୍ତି। ନିର୍ବାଚନ ପାଇଁ ଆଉ ୬ ଦିନ ବାକି ଅଛି। ଦିନ ଅପେକ୍ଷା ସନ୍ଧ୍ୟା ହେଲେ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି।
ଏନ.ଏ.ସି ଗଠନର ପ୍ରଥମରୁ ଦଖଲରେ କଂଗ୍ରେସ ଥିଲା ବେଳେ ୨୦୧୩ ମସିହାରେ ଦଖଲକୁ ବିଜେଡି ଅକ୍ତିଆର କରିଥିଲା। ଏବେ ପୁଣି ଦଖଲ ନେବା ପାଇଁ ଭୋଟ ପ୍ରଚାର ଓ ଭିକ୍ଷା ଜୋରଦାର କରୁଥିଲା ବେଳେ ପ୍ରତିଦ୍ୱନ୍ଦି କଂଗ୍ରେସ ଓ ବିଜେପି ପ୍ରାର୍ଥୀ ମାନେ ମଧ୍ୟ ବଳ କଷାକଷିରେ କମ୍ ନୁହନ୍ତି ବୋଲି ଜଣାପଡିଛି। ଏଥି ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବ ବୋଲି ଆଲୋଚନା ହେଉଛି। ଚଳିତ ବର୍ଷ ନଗରପାଳ ପଦବୀ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଛି। ନଗରପାଳ ପାର୍ଥୀ ଭାବରେ ବିଜେଡି ଦଳରୁ ମାଣିକ ସାହୁ, କଂଗ୍ରେସ ରୁ ସୁଷମା ମହାପାତ୍ର, ବିଜେପିରୁ ମନୋରମା ସାମନ୍ତରାୟ ଏବଂ ସ୍ୱାଧୀନ ପାର୍ଥୀ ଭାବରେ ଶୁଭଦ୍ରା ଦଳେଇ ନିର୍ବାଚନ ରଣାଙ୍ଗନରେ ପ୍ରତିଦ୍ୱନ୍ଦିତା କରିଛନ୍ତି।
ସେହିପରି ଏନ.ଏ.ସିର ପାରିଷଦ ପ୍ରାର୍ଥୀ ପାଇଁ ୧୭ଟି ଓାର୍ଡ ମଧ୍ୟରୁ ୬ଟିରେ (ଓାର୍ଡ ନଂ ୧,୨,୩,୬,୧୫ ଓ ୧୭) ଦ୍ୱିମୁଖୀ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଛି। ସେହିପରି ୧୦ ଟିରେ (ଓାର୍ଡ ନଂ ୪,୫,୭,୮,୯,୧୦,୧୧,୧୩,୧୪ ଓ ୧୬) ପାରିଷଦ ପାଇଁ ତ୍ରିମୁଖୀ ଲଢେଇ ବିଜେଡି, କଂଗ୍ରେସ ଓ ବିଜେପି ମଧ୍ୟରେ ହେଉଛି। ଓାର୍ଡ ନଂ ୧୨ରେ ବିଜେଡି, କଂଗ୍ରେସ, ବିଜେପି ସହିତ ସ୍ୱାଧୀନ ପାର୍ଥୀଙ୍କୁ ମିଶାଇ ଚର୍ତୁମୁଖୀ ନିର୍ବାଚନ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି ୪ ପ୍ରାର୍ଥୀ। ଓାର୍ଡ ନଂ ୧ ରେ ବିଜେଡିର ସସ୍ମିତା ପ୍ରଧାନ, କଂଗ୍ରେସର ସବିତା ନନ୍ଦ, ଓାର୍ଡ ନଂ ୨ରେ ବିଜେଡିର ପ୍ରତିମା ରାଉତ, କଂଗ୍ରେସର ସରୋଜିନୀ ପ୍ରଧାନ, ଓାର୍ଡ ନଂ ୩ରେ ବିଜେଡିର ଅଶାନ୍ତି ରାଉତ, କଂଗ୍ରେସର ଲିନାରାଣୀ ରାଉତ, ଓାର୍ଡ ନଂ ୬ରେ ବିଜେଡିର ମମତା ବେହେରା, କଂଗ୍ରେସର ନିରୁପମା ବେହେରା, ଓାର୍ଡ ନଂ ୧୫ରେ ବିଜେଡିର ବିଳାଶ ବେହେରା, କଂଗ୍ରେସର ଫୁଲ ପ୍ରଧାନ ଏବଂ ଓାର୍ଡ ନଂ ୧୭ରେ ବିଜେଡିର ବାସନ୍ତି ମନ୍ତ୍ରୀ, କଂଗ୍ରେସର ବବିତା ମନ୍ତ୍ରୀଙ୍କ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି।
ଓାର୍ଡ ନଂ ୪ ରେ ବିଜେଡିର ସନାତନ ବେହେରା, କଂଗ୍ରେସର ରମାକାନ୍ତ ସେଠୀ, ବିଜେପିର ରାକେଶ ମଲ୍ଲିକ, ଓାର୍ଡ ନଂ ୫ରେ ବିଜେଡିର ସୁଜତା ପଣ୍ଡା, କଂଗ୍ରେସର ଶାନ୍ତିଲତା ବେହେରା, ବିଜେପିର ଅଞ୍ଜୁଦେଇ, ଓାର୍ଡ ନଂ ୭ରେ ବିଜେଡିର ଯେମାମଣୀ ବେହେରା, କଂଗ୍ରେସର ମନୋରମା ବେହେରା, ବିଜେପିର ଇନ୍ଦୁରେଖା ମଲ୍ଲିକ, ଓାର୍ଡ ନଂ ୮ରେ ବିଜେଡିର ପଠାଣୀ ବେହେରା, କଂଗ୍ରେସର ଶାନ୍ତିଲତା ବେହେରା, ବିଜେପିର ସୁଶାନ୍ତ କୁମାର ବେହେରା, ଓାର୍ଡ ନଂ ୯ରେ ବିଜେଡିର ସଂଜୟ ପୃଷ୍ଟି, କଂଗ୍ରେସର ଅକ୍ଷୟ କୁମାର ପୃଷ୍ଟି, ବିଜେପିର ବିକାଶ କୁମାର ମହାପାତ୍ର, ଓାର୍ଡ ନଂ ୧୦ରେ ବିଜେଡିର ରାଜେନ୍ଦ୍ର ମହାପାତ୍ର, କଂଗ୍ରେସର କ୍ଷେତ୍ରବାସୀ ଦାସ, ବିଜେପିର ଜିତେନ୍ଦ୍ର ସାହୁ, ଓାର୍ଡ ନଂ ୧୧ରେ ବିଜେଡିର ସନ୍ତୋଷ କୁମାର ରଣା, କଂଗ୍ରେସର ବୁଲୁ ଭୋଇ, ବିଜେପିର ଦିପକ କୁମାର ମହାପାତ୍ର, ଓାର୍ଡ ନଂ ୧୩ ରେ ବିଜେଡିର ପଙ୍କଜିନୀ ମଙ୍ଗୁଆଳ, କଂଗ୍ରେସର ପ୍ରଭାତୀ ମଙ୍ଗୁଆଳ,ବିଜେପିର ସୁଷମା ଦଳେଇ,ଓାର୍ଡ ନଂ ୧୪ ରେ ବିଜେଡିର ଚନ୍ଦନ ଗଣ୍ଠିଆ,କଂଗ୍ରେସର ପ୍ରଶାନ୍ତ କୁମାର ଗଣ୍ଠିଆ,ବିଜେପିର ସରୋଜ କୁମାର ନାୟକ,ଓାର୍ଡ ନଂ ୧୬ ରେ ବିଜେଡିର ବିକଳ ଗୋଚ୍ଛି,କଂଗ୍ରେସର ଦାମୋଦର ସ୍ୱାଇଁ,ବିଜେପିର ଲିଟନ କୁମାର ମାଝୀ ପ୍ରମୁଖ ପାରିଷଦ ପାର୍ଥୀ ଭାବରେ ଓାର୍ଡର ତ୍ରିମୁଖୀ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି। କେବଳ ୧୨ନଂ ଓାର୍ଡରେ ବିଜେଡିର ଯାମିନୀକାନ୍ତ ମହାପାତ୍ର,କଂଗ୍ରେସର ଯୁଧିଷ୍ଠର ପ୍ରଧାନ,ବିଜେପିର ରାଜେନ୍ଦ୍ର ସୁବୁଦ୍ଧି ଏବଂ ସ୍ୱାଧୀନ ପାର୍ଥୀ

Comments are closed, but trackbacks and pingbacks are open.