ଭୁବନେଶ୍ବର: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସଂପୂର୍ଣ୍ଣ ରୂପେ ଶେଷ ହୋଇଛି। ୯୫ ଦିନ ମଧ୍ୟରେ ୩୩୨ ଘଣ୍ଟା ୪୭ ମିନିଟ ଧରି କାର୍ଯ୍ୟ କରାଯାଇ ମରାମତି କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଛି। ରତ୍ନଭଣ୍ଡାରର ଚଟାଣ ଗ୍ରାନାଇଟରେ ନିର୍ମାଣ କରାଯାଇ ଛାତରେ ୧୫ଟି ଷ୍ଟେନଲେସ ଷ୍ଟିଲ ବିମ ଲଗାଯାଇଛି। ବର୍ମାତିକ କାଠରେ ଦ୍ବାର ନିର୍ମାଣ କରାଯାଇଥିବା ବେଳେ ବାହାର ଭଣ୍ଡାର ଘର ଦ୍ବାର ରୂପା ଛାଉଁଣୀ କରାଯିବ। ଗଜପତି ମହାରଜଙ୍କ ପ୍ରତିନିଧି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କରାଯାଇଛି। ପ୍ରାଥମିକ ଭାବେ ଅସ୍ଥାୟୀ ଭଣ୍ଡାର ଘରୁ ରତ୍ନଗୁଡିକ ସ୍ଥାନାନ୍ତର କରାଯିବ। ଏହାପରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ସ୍ବତନ୍ତ୍ର ସିଓପି ମାଧ୍ୟମରେ ରତ୍ନଗୁଡିକ ଗଣତି ମଣତି କରାଯିବ। ମରାମତି କାର୍ଯ୍ୟ ସଂପୂର୍ଣ୍ଣ ହେବାକୁ ୬ ମାସରୁ ଅଧିକ ସମୟ ଲାଗିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।
Comments are closed, but trackbacks and pingbacks are open.