ଆସିଲା ‘ପୁଷ୍ପା ୨-ଦ ରୁଲ୍’ ର ରିଲିଜ ତାରିଖ

29

ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨-ଦ ରୁଲ୍’ର ରିଲିଜ୍ ତାରିଖ ଶେଷରେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରଟି ୧୫ ଅଗଷ୍ଟ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏନେଇ ନିକଟରେ ନିର୍ମାତାମାନେ ଏକ ଅଫିସିଆଲ ପୋଷ୍ଟର ରିଲିଜ କରି ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଯାହା ପରେ ସୋସିଆଲ ମିଡିଆରେ ଚହଳ ସୃଷ୍ଚି ହୋଇଛି ।

ଆଇକନିକ୍ ପୁଷ୍ପା -ଦ ରାଇଜର ସିକ୍ୱେଲର ରିଲିଜ୍ ତାରିଖକୁ ସାରା ଦେଶରେ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ୬୯ତମ ଜାତୀୟ ପୁରସ୍କାରରେ ପୁଷ୍ପାର ଭୂମିକା ପାଇଁ ଅଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି । ଅଲୁ ଅର୍ଜୁନଙ୍କ ଫ୍ୟାନ୍ସ ‘ପୁଷ୍ପା ୨’ଦେଖିବା ପାଇଁ ବେଶ୍ ଉତ୍ସାହିତ ଅଛନ୍ତି । ରିଲିଜ ତାରିଖ ଘୋଷଣା ହେବା ସହ ଆଜି ସୋସିଆଲ ମିଡିଆରେ ଟ୍ରେଣ୍ତରେ ରହିଛନ୍ତି ଅଭିନେତା ଅଲୁ ଅର୍ଜୁନ ଏବଂ ତାଙ୍କ ଆଗାମୀ ଫିଲ୍ମ ‘ପୁଷ୍ପା ୨’ ।

ପୁଷ୍ପା -ଦି ରାଇଜ୍ ବକ୍ସ ଅଫିସରେ ଏକ ଐତିହାସିକ ତରଙ୍ଗ ସୃଷ୍ଟି କରିଥିଲା ଏହି ଫିଲ୍ମ କରୋନା ପରେ ପୁଣି ଦର୍ଶକଙ୍କ ସିନେମା ଘରକୁ ଫେରାଇ ଆଣିଥିଲା । ଏହି ଚଳଚ୍ଚିତ୍ରର ସଂଳାପ, କାହାଣୀ ଏବଂ ଗୀତ ସାରା ବିଶ୍ୱର ଲୋକଙ୍କ ମନ ଜିଣିଥିଲା । ଏହାସହ ଫିଲ୍ମରେ ଆଲ୍ଲୁ ଅର୍ଜୁନଙ୍କ ଅଭିନୟ ଲୋକଙ୍କ ମନ କିଣିଥିଲା । ଏହି ଫିଲ୍ମରୁ ବେଶ୍ ଲୋକପ୍ରିୟତା ହାସଲ କରିପାରିଥିଲେ ଅଭିନେତା ।

ପୁଷ୍ପା ୨-ଦ ରୁଲ୍ ଏକାଧିକ ଭାଷାରେ ସାରା ବିଶ୍ୱର ଅନେକ ସିନେମା ଘରେ ରିଲିଜ୍ ହେବ । ମେଷ୍ଟ୍ରୋ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଆଇକନ୍ ତାରକା ଆଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫହଦ୍ ଫାସିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଜାତୀୟ ପୁରସ୍କାର ବିଜେତା ଦେବୀ ଶ୍ରୀ ପ୍ରସାଦ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

Comments are closed, but trackbacks and pingbacks are open.