ଜୁନ ୧୦ରେ ରାଜ୍ୟସଭା ନିର୍ବାଚନ ଓଡିଶାର ୩ ଆସନ ପାଇଁ ହେବ ମତଦାନ

39

ରାଜ୍ୟସଭା ନିର୍ବାଚନ ପାଇଁ ଘୋଷଣା ହୋଇଛି ତାରିଖ । ଆସନ୍ତା ଜୁନ ୧୦ରେ ଓଡିଶାର ୩ଟି ଆସନ ପାଇଁ ହେବ ନିର୍ବାଚନ ଓଡିଶା ସମେତ ୧୫ ରାଜ୍ୟର ମୋଟ ୫୭ ଆସନ ପାଇଁ ହେବ ନିର୍ବାଚନ । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ ଆସନ ପାଇଁ ହେବ ନିର୍ବାଚନ । ଜୁନ ୨୧ରୁ ଅଗଷ୍ଟ ଏକ ତାରିଖରେ ମଧ୍ୟରେ ଏହି ସବୁ ଆସନ ଖାଲି ହେବାକୁ ଯାଉଛି। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ ।

ସେହିଭଳି ୩୧ ମେ’ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧ ଜୁନରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିଭଳି ୩ ଜୁନ୍ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ୧୦ ଜୁନରେ ହେବ ନିର୍ବାଚନ । ସକାଳ ୯ଟାରୁ ୪ଟା ମଧ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ହେବ ଭୋଟ । ସେହିଦିନ ଅଥାର୍ତ ୧୦ ଜୁନ୍ ୫ଟା ବେଳକୁ ଫଳାଫଳ ପ୍ରକାଶ ପାଇବ ।
ଜୁଲାଇ ୧ରେ ସରୁଛି ଓଡ଼ିଶାର ୩ ସାଂସଦଙ୍କ କାର୍ଯ୍ୟକାଳ। ଏନ.ଭାଷ୍କର ରାଓ, ସସ୍ମିତ ପାତ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଆଉ ଫାଙ୍କା ହେବାକୁ ଥିବା ଏହି ଆସନ ପାଇଁ ଆସନ୍ତା ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ । ତେବେ ଜୁନ ୧୩ ତାରିଖର ପୂର୍ବରୁ ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ କରାଯିବ I

Comments are closed, but trackbacks and pingbacks are open.