ଲୋକଙ୍କ ପାଇଁ ଦିନରାତି ଖୋଲା ରହିବ ରାଜଭବନ ଦ୍ୱାରା

278

ଭୁବନେଶ୍ୱର : ଓଡ଼ିଶାର ପ୍ରଗତି ଦେଶର ପ୍ରଗତି । ମୋ ପାଇଁ ଓଡ଼ିଶାର ବିକାଶ ସର୍ବାଗ୍ରେ ରହିବ । ଓଡ଼ିଶାର ଗରିବୀ ହଟେଇବା ହିଁ ମୂଳ ଲକ୍ଷ୍ୟ ରହିବ । ଲୋକଙ୍କ ସମସ୍ୟା ଶୁଣିବା ପାଇଁ ରାଜଭବନର ଦ୍ୱାର ଚବିଶ ଘଣ୍ଟା ଖୋଲା ରହିବ ।’ ଶପଥ ଗ୍ରହଣ ପୂର୍ବରୁ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ନବନିଯୁକ୍ତ ରାଜ୍ୟପାଳ ରଘୁବର ଦାସ ।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ସମ୍ବିଧାନର ନିୟମ ଅନୁଯାୟୀ କାର୍ଯ୍ୟ କରିବି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୂଳ ମନ୍ତ୍ର ଦେଶ ସହ ରାଜ୍ୟକୁ ଆଗକୁ ନେବା ଲାଗି ପ୍ରୟାସ କରିବି । କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା କିପରି ତୃଣମୂଳ ସ୍ତରରେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିପାରିବ ସେନେଇ ଗୁରୁତ୍ୱ ଦେବି । ନିଷ୍ପେଷିତଙ୍କ ସେବା ପାଇଁ ମୋତେ ମହାପ୍ରଭୁ ଏଠାକୁ ଆଣିଛନ୍ତି । ତେବେ ଧର୍ମ ପରମ୍ପରା ବଞ୍ଚି ରହିବା ଦ୍ୱାରା ଭାରତ ଖୁବ୍‌ଶୀଘ୍ର ବିଶ୍ୱଗୁରୁ ହୋଇପାରିବ ଶ୍ରୀ ଦାସ ମତବ୍ୟକ୍ତ କରିଛନ୍ତି ।

ବିଶାଖପାଟଣା ମୃତାହାତଙ୍କ ପାଇଁ ଦୁଃଖପ୍ରକାଶ କରିବା ସହ ସେମାନଙ୍କ ପରିବାର ପାଇଁ ମହାପ୍ରଭୁଙ୍କ ନକଟରେ ପ୍ରାର୍ଥନା କରିଥିବା କଥା ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.