ରେଳମନ୍ତ୍ରୀ କହିଲେ, ଚିହ୍ନଟ ହୋଇଛି ଦାୟୀ ଥିବା ବ୍ୟକ୍ତି

25

ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାର କାରଣ ସ୍ପଷ୍ଟ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଇଣ୍ଟରଲକିଂ ସିଷ୍ଟମରେ ସମସ୍ୟା ପାଇଁ ଘଟିଛି ଦୁର୍ଘଟଣା । ଇଲେକଟ୍ରୋନିକ୍ ଇଣ୍ଟରଲକିଂ ପାଇଁ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ବି ଚିହ୍ନଟ ହୋଇଛନ୍ତି । ବଡ ସୂଚନା ଦେଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ରେଳ ମନ୍ତ୍ରୀ କହିଛନ୍ତି, ଏହି ଦୁର୍ଘଟଣାର ତଦନ୍ତ ଶେଷ ହୋଇଯାଇଛି। ରେଳ ସେଫ୍ଟି କମିଶନର ତଦନ୍ତ କରିଛନ୍ତି । ଏବେ କିଛି କହିବା ଠିକ ହେବ ନାହିଁ। ଆମେ ସମସ୍ତେ ତଦନ୍ତ ରିପୋର୍ଟକୁ ଅପେକ୍ଷା କରିବା । ତେବେ ଦୁର୍ଘଟଣାର କାରଣ ଜଣାପଡ଼ିଛି। ଆଉ ଏଥିପାଇଁ କେଉଁମାନେ ଦାୟୀ ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । କବଚ ର ଏହି ଦୁର୍ଘଟଣା ସହିତ କିଛି ସଂପର୍କ ନାହିଁ। ଏହି ଘଟଣା ପୂରା ଅଲଗା। ଏଥିରେ ପଏଣ୍ଟ ମେସିନର କଥା ଆସିଛି। ଇଲେକ୍ଟ୍ରୋନିକ ଇଣ୍ଟରଲକିଂର କଥା ଆସିଛି । ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ପରିବର୍ତ୍ତନ ଯୋଗୁ ଏହି ଦୁର୍ଘଟଣା ଘଟିଛି । ଯେଉଁମାନେ ଏଥିପାଇଁ ଦାୟୀ ତାହା ତଦନ୍ତ ରିପୋର୍ଟ ଆସିବା ପରେ ଜଣାପଡ଼ିବ ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ପରେ ନିର୍ଦ୍ଦେଶ ଦେଇଥିଲେ । ସେନେଇ ରେଳ ବିଭାଗ ସମ୍ପୂର୍ଣ୍ଣ ତତ୍ପରତା ଦେଖାଉଛି । ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି । ଆଜି ସୁଦ୍ଧା ପୁନରୁଦ୍ଧାର କାର୍ଯ୍ୟ ସରିବା ନେଇ ଉଦ୍ୟମ ଚାଲିଛି, ଯାହାଦ୍ୱାରା ଆସନ୍ତା ବୁଧବାର ସକାଳ ସୁଦ୍ଧା ରୁଟରେ ଟ୍ରେନ୍ ଚଳାଚଳ କରିବ । ସୂଚନାଥାଉ କି, ଗତକାଲି ଠାରୁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣାସ୍ଥଳରେ କ୍ୟାମ୍ପ କରି ଅଛନ୍ତି ଓ ପୁନରୁଦ୍ଧାର କାର୍ଯ୍ୟକୁ ନିଜେ ତଦାରଖ କରୁଛନ୍ତି । ୨୧ଟି ବଗିକୁ ଧାରଣାରୁ ଉଠାଯାଇଛି । ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଦ୍ୟୁତ ଖୁଣ୍ଟ ଓ ଲାଇନ୍ ମରାମତି କାମ ।

Comments are closed, but trackbacks and pingbacks are open.