ଏଡିନ୍‌ବର୍ଗରେ ପହଞ୍ଚିଲା ମହାରାଣୀଙ୍କ ମରଶରୀର

30

ଲଣ୍ଡନ: ବ୍ରିଟିଶ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମରଶରୀର ସୋମବାର ବାଲମୋରାଲ କ୍ୟାସେଲରୁ ଆସି ସ୍କଟ୍‌ଲାଣ୍ଡ ରାଜଧାନୀ ଏଡିନ୍‌ବର୍ଗରେ ପହଞ୍ଚିଛି । ଆସନ୍ତାକାଲି ବିମାନ ଯୋଗେ ମରଶରୀରକୁ ଲଣ୍ଡନ ନିଆଯିବ ବୋଲି ଜଣାପଡିଛି । ସ୍କଟ୍‌ଲାଣ୍ଡ ପତାକାରେ ମରଶରୀରକୁ ଆଚ୍ଛାଦିତ କରାଯାଇଥିବାବେଳେ ଏହାକୁ ୭ଟି କାର୍ ପଟୁଆରରେ ନିଆଯାଇଥିଲା । ଶୋକସନ୍ତପ୍ତ ନାଗରିକମାନେ ରାସ୍ତାର ଉଭୟପାଶ୍ୱର୍ରେ ଛିଡା ହୋଇ ମହାରାଣୀଙ୍କ ପ୍ରତି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମହାରାଣୀଙ୍କ ମରଶରୀରକୁ ଏଡିନ୍‌ବର୍ଗସ୍ଥିତ ସେଣ୍ଟ୍ ଜାଇଲ୍‌ସ କ୍ୟାଥେଡ୍ରଲରେ ରଖାଯାଇଛି । ବ୍ରିଟେନର ନୂତନ ମହାରାଜା ଘୋଷିତ ଚାର୍ଲସ ତୃତୀୟଙ୍କ ସମେତ ପତ୍ନୀ କାମିଲା, ପୁତ୍ର ୱିଲିୟମ୍ ଏଡିନବର୍ଗରେ ପହଞ୍ଚି ମହାରାଣୀଙ୍କ ଶବ ଶୋଭାଯାତ୍ରାରେ ସାମିଲ ହୋଇଥିବା ଜଣାପଡିଛି । ଶେଷଦର୍ଶନ ପାଇଁ ଇଚ୍ଛୁକ ସାଧାରଣ ଲୋକଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଛି । ଗତ ଗୁରୁବାର ବାଲମୋରାଲ କ୍ୟାସେଲରେ ମହାରାଣୀଙ୍କର ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ବ୍ରିଟେନରେ ବର୍ତ୍ତମାନ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି ।

Comments are closed, but trackbacks and pingbacks are open.