ପୁରୀଘାଟ ଥାନାରେ ଅନୁଭବ ଙ୍କ ନାଁ ରେ ଏତଲା ଦେଲେ ବର୍ଷା

21

ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା ଏବେ ପୁଣି ଚର୍ଚ୍ଚାକୁ ଆସିଛି। ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଦୁଇ ଦୁଇଟି ଭିଡିଓ ଆକ୍ରମଣ ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଭାଇରାଲ କରିଥିବା ଭିଡିଓ ରେ ବର୍ଷା ନିଜର ସମ୍ମାନ ହାନୀ ହେଉଥିବାନେଇ କଟକ ପୁରୀଘାଟ ଥାନାରେ ଏତଲା ଦାୟର କରିଛନ୍ତି। ଏତଲାରେ ବର୍ଷା ଅନୁଭବଙ୍କ ଭିଡିଓର ପ୍ରତିବାଦ କରିଛନ୍ତି। ଏତଲାରେ ବର୍ଷା ଅଭିଯୋଗ କରି ଲେଖିଛନ୍ତି ଯେ ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। କୋର୍ଟରେ ମାମଲା ବିଚାରଧୀନ ଥିବାବେଳେ ଭିଡିଓ ଜାରି କରୁଛନ୍ତି। ଭିଡିଓରେ ତାଙ୍କ ନାରୀତ୍ୱକୁ ଅପମାନିତ କରୁଛନ୍ତି। ବିଭିନ୍ନ ଆରୋପ ଲଗାଇ ଚରିତ୍ର ସଂହାର କରୁଛନ୍ତି। ଯାହା ତାଙ୍କୁ ମାନସିକ ଭାବେ ନିର୍ଯାତନା ଦେଉଛି। ଦୁହିଁଙ୍କ ଶାରୀରିକ ସଂପର୍କକୁ ନେଇ ଅନୁଭବ ମିଥ୍ୟା ଅଭିଯୋଗ ଅଣିଛନ୍ତି ବୋଲି ଏତଲାରେ ବର୍ଷା ଦର୍ଶାଇଛନ୍ତି।। ମୋର ମାନହାନି ସହ ଚରିତ୍ରହାନି କରୁଛନ୍ତି ଅନୁଭବ। ଶାରୀରିକ ସମ୍ପର୍କ ନେଇ ମିଛ କହି ମୋ ଚରିତ୍ର ସଂହାର କରୁଛନ୍ତି। ମୋତେ କଳଙ୍କିତ କରି ପ୍ରତିଶୋଧ ନେଉଛନ୍ତି ବୋଲି ବର୍ଷା ପ୍ରିୟଦର୍ଶିନୀ ପୁରୀଘାଟ ଥାନାରେ ଦାୟର କରିଥିବା ଏତଲାରେ ଦର୍ଶାଇଛନ୍ତି। ଏହାକୁ ନେଇ ସାଂସଦ ଅନୁଭବ ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଭିନ୍ନ ମୋଡ଼ ନେଇଛି। ଅନୁଭବ ପୋଷ୍ଟ କରିଥିବା ଦୁଇଟି ଭିଡ଼ିଓକୁ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ବର୍ଷା ପୁଲିସ ନିକଟରେ ନିବେଦନ କରିଛନ୍ତି। ପ୍ରତ୍ୟେକ ନାଗରିକ ଭଳି ତାଙ୍କୁ ମର୍ଯ୍ୟଦାର ସହ ବଞ୍ଚିବାକୁ ଦିଆଯାଉ ବୋଲି ମଧ୍ୟ ୭ ପୃଷ୍ଠାର ଏତଲାରେ ସେ ଉଲ୍ଲେଖ କରିଛନ୍ତି।

Comments are closed, but trackbacks and pingbacks are open.