କନିଷ୍ଠ ଶିକ୍ଷକ ନିଯୁକ୍ତି ଦାବିରେ ଆଶାୟୀ ପ୍ରାର୍ଥୀ ଙ୍କ ଧାରଣା

22

ଓଡ଼ିଶାରେ ଥିବା ସମସ୍ତ କନିଷ୍ଠ ଶିକ୍ଷକ ଆଶାୟୀ ପ୍ରାର୍ଥୀ ନିଯୁକ୍ତି ଅପେକ୍ଷାରେ ଭୁବନେଶ୍ୱର ଲୋୟର ପିଏମଜିରେ ଦିବାରାତ୍ରୀ ଧାରଣାରେ ବସିଛନ୍ତି। ସଂଘର କର୍ମକର୍ତା ଙ୍କ ସହିତ ଶତାଧିକ ଯୁବକ ଯୁବତୀ ଗତକାଲିଠୁ ଧାରଣା ଦେଇଛନ୍ତି । ରାଜ୍ୟରେ ଖାଲି ପଡିଥିବା କନିଷ୍ଠ ଶିକ୍ଷକ ପଦବୀରେ ନିଯୁକ୍ତି ଦେବାକୁ ସେମାନେ ଦାବି କରିଛନ୍ତି। ରାଜ୍ୟରେ ୨୦ ହଜାରରୁ ଉର୍ଦ୍ଧ୍ୱ କନିଷ୍ଠ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ୨୦୧୬ ଡିସେମ୍ଭର ପରଠୁ ଆଉ ନିଯୁକ୍ତି ପ୍ରକାଶ ପାଉନାହିଁ । ତେଣୁ ପ୍ରାୟ ୭୦ ହଜାରରୁ ଅଧିକ ଆଶାୟୀ ନିଯୁକ୍ତି ଅପେକ୍ଷାରେ ରହିଛନ୍ତି। ସରକାର ଯଥାଶୀଘ୍ର ଏହି ପଦବୀ ଗୁଡ଼ିକ ପୂରଣ କରିବାକୁ ସଂଘ ଦାବି କରିଛି। ଏହାସହ କନିଷ୍ଠ ଶିକ୍ଷକଙ୍କ ବୟସସୀମା ୩୨ରୁ ୪୨କୁ ବୃଦ୍ଧି କରିବାକୁ ବି ଦାବି ହୋଇଛି। ତେବେ ଦାବି ପୂରଣ ନହେବା ଯାଏଁ ଧାରଣା ଜାରି ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ସେପଟେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.