ଯେଉଁ ପ୍ରକଳ୍ପକୁ ଆମ ସରକାର ଆରମ୍ଭ କରେ, ସେହି ପ୍ରକଳ୍ପକୁ ଲୋକାର୍ପଣ ମଧ୍ୟ କରେ : ଧର୍ମେନ୍ଦ୍ର ପ୍ରଧାନ

52

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଜି ସେଠାରେ  ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି । ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସ ଲୋକାର୍ପିତ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ରାଜ୍ୟପାଳ ରଘୁବର ଦାସ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ,ଅଶ୍ୱିନୀ ବୈଷ୍ଣବ ଓ ଅନ୍ୟ ବରିଷ୍ଠ ନେତା ଓ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ IIM ର ଛାତ୍ରଛାତ୍ରୀ. କର୍ମଚାରୀ ଓ ନିର୍ଦ୍ଦେଶକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । 

ଆଜି ମୋଦିଜୀ ଓଡ଼ିଶାବାସୀଙ୍କୁ ୬୮ ହଜାର କୋଟି ଟଙ୍କାର ୧୮ ପ୍ରକଳ୍ପ ଭେଟିଦେଇଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୁଁ ଓଡ଼ିଶା, ଏ ଅଞ୍ଚଳ ଏବଂ ଶିକ୍ଷା ବିଭାଗ ତରଫରୁ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମେ ଧନ୍ୟବାଦ ଅର୍ପଣ କରୁଛି । ଏ ମହାନଦୀର ପାବନ ମାଟିରେ, ହୀରାକୁଦ ବନ୍ଧ ତଳେ ବୀର ସୁରେନ୍ଦ୍ର ସାଏ, ଗଙ୍ଗାଧର ମେହର, ସନ୍ଥକବୀ ଭିମଭୋଇଙ୍କ ଅତିହ ଭୂମିରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣରେ ୬୮ ହଜାର ୧୬୦ କୋଟି ଟଙ୍କାର ୧୮ ପ୍ରକଳ୍ପ ଭେଟିଦେଇଛନ୍ତି ଆମ ପ୍ରିୟ ପ୍ରଧାନମନ୍ତ୍ରୀ ।

ଗତ ୨୦୨୧ରେ କୋଭିଡ୍ ସମୟରେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ୍‌ ସମ୍ବଲପୁରର ନୂତନ କ୍ୟାମ୍ପସ ଶିଳାନ୍ୟାସ କରିଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପ୍ରଧାନମନ୍ତ୍ରୀ ସବୁବେଳେ କୁହନ୍ତି, ଯେଉଁ ପ୍ରକଳ୍ପକୁ ଆମ ସରକାର ଆରମ୍ଭ କରେ, ସେହି ପ୍ରକଳ୍ପକୁ ଲୋକାର୍ପଣ ମଧ୍ୟ କରେ । ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ୱାରା ପ୍ରାୟ ୪୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଆଇଆଇଏମ୍ ସମ୍ବଲପୁର କ୍ୟାମ୍ପସର ମଧ୍ୟ ଲୋକାର୍ପଣ ହୋଇଛି ।

ଏହା ସହ ଆମ ଏହି ଅଞ୍ଚଳରୁ ଆଜିଠାରୁ ଗୋଟିଏ ଟ୍ରେନ ମଧ୍ୟ ଗଡ଼ିବ । ଏଥର ବଜେଟରେ ମଧ୍ୟ ପ୍ରଧାନମନ୍ତ୍ରୀ ପୁର୍ବ ଭାରତକୁ ଗୁରୁତର ଦେଇଛନ୍ତି । ଗତ ଦଶ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୧୮ ଲକ୍ଷ କୋଟି ଟଙ୍କାର ଦାୟିତ ନେଇଛନ୍ତି ଏ ରାଜ୍ୟର ବିକାଶ ପାଇଁ । ଏଥିସହ ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଏବଂ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲାଇନ ଦୋହରୀକରଣ ଆଦିର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ପୁରୀ-ସୋନପୁର ସାପ୍ତାହିକ ଏକ୍ସପ୍ରେସ ଟ୍ରେନ ଚଳାଚଳ ଏବଂ ଷ୍ଟେସନ ବିଲଡିଂର ଶୁଭାରମ୍ଭ କରିବେ । 

Comments are closed, but trackbacks and pingbacks are open.