ଜି- ୨୦ ଶିଖର ସମ୍ମିଳନୀ ରେ ଯୋଗ ଦେବାପାଇଁ ଅକ୍ଟୋବର ୨୯ରୁ ପ୍ରଧାନମନ୍ତ୍ରୀ ଙ୍କ ଇଟାଲି ଓ ବ୍ରିଟେନ ଗସ୍ତ

22

ଆସନ୍ତା ଅକ୍ଟୋବର ୨୯ରୁ ନଭେମ୍ବର ୨ ମଧ୍ୟରେ ପ୍ରଧାନମନ୍ତ୍ରୀ ଇଟାଲି ଓ ବ୍ରିଟେନ ଗସ୍ତରେ ଯାଇ ୧୬ତମ ଜି -୨୦ ଶିଖର ସମ୍ମିଳନୀ ଓ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହି ୧୬ତମ ଜି -୨୦ଶିଖର ସମ୍ମିଳନୀ ଇଟାଲି ରୋମରେ ହେବ I ଏହି ଅବସରରେ ଇଟାଲି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀ ରେ ଯୋଗଦେବେ । ଏହି ସମ୍ମିଳନୀରେ ମହାମାରୀରୁ ସୁରକ୍ଷା, ଅର୍ଥନୈତିକ ସ୍ଥିରତା, ଜଳବାୟୁ ପରିବର୍ତ୍ତନ, ସ୍ଥାୟୀ ବିକାଶ ଏବଂ ଖାଦ୍ୟ ସୁରକ୍ଷା ଉପରେ ଆଲୋଚନା ହେବ ।
ଏହାପରେ ପ୍ରଧାନମନ୍ତ୍ରୀ COP-26 ବିଶ୍ବ ନେତୃବୃନ୍ଦ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରିଟେନର ଗ୍ଲାସଗୋ ଯିବେ । ଏହି ସମ୍ମିଳନୀ ୨୦୨୦ରେ ହେବାକୁ ଥିବା ବେଳେ କୋଭିଡ ମହାମାରୀ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା ।

Leave A Reply

Your email address will not be published.