ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବ୍ରିକ୍ସ ସମ୍ମିଳନୀ ର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

21

ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଆଜି ବାର୍ଷିକ ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦ୍ୱିତୀୟ ଥର ପାଇଁ ବ୍ରିକ୍ସ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିବେ । ଏହି ବୈଠକରେ ବ୍ରାଜିଲ ରାଷ୍ଟ୍ରପତି ଜାଇର ବୋଲସୋନାରୋ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍, ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ଉପସ୍ଥିତ ରହିବେ । ବୈଠକରେ ଆଫଗାନିସ୍ତାନ ସ୍ଥିତି ନେଇ ଚର୍ଚ୍ଚା ହୋଇପାରେ । ଭାରତ ବହୁ ପକ୍ଷ ବ୍ୟବସ୍ଥାରେ ସୁଧାର, ଆତଙ୍କବାଦୀ ବିରୋଧୀ ପଦକ୍ଷେପ ପରି ଚାରିଟି କ୍ଷେତ୍ର ଉପରେ ଜୋର ଦେଇ ଆସୁଛି । ଏହା ସହ କୋଭିଡ୍ ୧୯ ମହାମାରୀ ଓ ଅନ୍ୟ କ୍ଷେତ୍ର ଉପରେ ଜୋର ଦେଇପାରେ ଭାରତ ।ଏହା ପୂର୍ବରୁ ୨୦୧୬ରେ ନରେନ୍ଦ୍ର ମୋଦି ଗୋଆ ଶିଖର ସମ୍ମିଳନୀକୁ ଅଧ୍ୟକ୍ଷତା କରିଥିଲେ I

Leave A Reply

Your email address will not be published.