ଭିଡିଓ କନଫରେନ୍ସି ଜରିଆରେ ଭାରତୀୟ ମହାକାଶ ସଂଘ ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

29

ଆସନ୍ତାକାଲି ଭାରତୀୟ ମହାକାଶ ସଂଘ (ଆଇଏସ୍‍ପିଏ)ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୋମବାର ଦିନ ୧୧ଟାରେ ଭିଡିଓ କନଫରେନ୍ସି ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ମହାକାଶ ଶିଳ୍ପ ପ୍ରତିନିଧି ମାନଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ ବୋଲି ଜଣାପଡିଛି।
ଆଇଏସ୍‍ପିଏ ହେଉଛି ମହାକାଶ ଏବଂ ଉପଗ୍ରହ କମ୍ପାନୀ ମାନଙ୍କର ଅଗ୍ରଣୀ ଶିଳ୍ପ ସଂଘ ଯାହା ଭାରତୀୟ ମହାକାଶ ଶିଳ୍ପର ମିଳିତ ସଂଗଠନ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ଦୃଷ୍ଟିକୋଣକୁ ପ୍ରତିପାଦିତ କରି ଆଇଏସ୍‍ପିଏ ଆଗାମୀ ଦିନରେ ଉନ୍ନତ ବୈଷୟିକ ତଥା ମହାକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଭୂମିକା ତୁଲାଇବ । ଏହାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରେ ଲାର୍ସନ ଆଣ୍ଡ ଟୁବ୍ରୋ, ଟାଟା ଗ୍ରୁପ୍ , ୱାନ ୱେବ, ଭାରତୀ ଏୟାରଟେଲ, ମ୍ୟାପ ମାଇଁ ଇଣ୍ଡିଆ ଏବଂ ଅନନ୍ତ ଟେକ୍ନୋଲୋଜି ଲିମିଟେଡ୍ ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.