ଗତି ଶକ୍ତି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

136

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୧୦୦ ଲକ୍ଷ କୋଟିର ଜାତୀୟ ମାଷ୍ଟର ପ୍ଲାନ୍‌(ଗତି ଶକ୍ତି) ର ଶୁଭାରମ୍ଭ କରିଛନ୍ତି। ଏହି ପ୍ଲାନ ଆର୍ଥିକ କ୍ଷେତ୍ର ସହିତ ବହୁ ସ୍ତରୀୟ ସଂଯୋଗ ପାଇଁ ରେଳ ଏବଂ ସଡକ ସମେତ ୧୬ ଟି ମନ୍ତ୍ରଣାଳୟକୁ ସଂଯୋଗ କରୁଥିବା ଏହା ଏକ ଡିଜିଟାଲ୍ ପ୍ଲାଟଫର୍ମ। ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ସୂଚନା ଦେଇଛନ୍ତି ଯେ ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଭିତ୍ତିଭୂମି ସଂଯୋଗ ପ୍ରକଳ୍ପର ସମନ୍ୱିତ ଯୋଜନା ଏବଂ ସମନ୍ୱିତ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା। ଏନେଇ ଗୋୟଲ କହିଛନ୍ତି ଯେ ଏହି ବିଭାଗରେ ରେଳବାଇ, ପେଟ୍ରୋଲିୟମ, ଶକ୍ତି, ବିମାନ ଚଳାଚଳ, ସଡକ ପରିବହନ, ଜାହାଜ, ଆଇଟି, ଟେକ୍ସଟାଇଲ ଇତ୍ୟାଦି ୧୬ ଟି ମନ୍ତ୍ରଣାଳୟକୁ ଅନ୍ତର୍ଭୁକ୍ତ କରାଯାଇଛି। ସମସ୍ତ ପ୍ରକଳ୍ପକୁ ଜିଏସ୍ ମୋଡରେ ରଖିଛନ୍ତି, ଯାହା ୨୦୨୪-୨୫ ସୁଦ୍ଧା ଶେଷ ହେବାର ଲକ୍ଷ୍ୟ ରଖାଯାଇଛି।
ଏହି ଯୋଜନାରେ ଦେଶର ଭିତ୍ତିଭୂମିକୁ ମଜବୁତ କରାଯିବା ସହିତ ରେଳବାଇ ଏବଂ ସଡକ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ। ସେହିପରି ବିମାନ ଯାତ୍ରା ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ତଥା ବିମାନବନ୍ଦର ସଂଯୋଗ, ଜଳପଥ ବିକାଶ, ସହରରେ ସ୍ମାର୍ଟ କନେକ୍ଟିଭିଟି, ଇ-ହାଇଓ୍ବେ ଭଳି ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ।ଗତି ଶକ୍ତି ଯୋଜନା ଦ୍ୱାରା ଆତ୍ମନିର୍ଭର ଭାରତ ଗଠନ କ୍ଷେତ୍ରରେ ନୂଆ ଆଧ୍ୟାୟ ଯୋଡ଼ି ହେବ। ଏହା ସହିତ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.