ତୈଳ ଉପରୁ ଭାଟ୍‌ ହ୍ରାସ କରିବାକୁ ରାଜ୍ୟ ଗୁଡିକୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

35

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟ​‌ରେ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହେବା ସହିତ ପେଟ୍ରୋଲ ଡିଜେଲ ଉପରୁ ଭାଟ୍‌ ହ୍ରାସ, କୋଭିଡ୍‌ ମୁକାବିଲା ଓ ଯୁଦ୍ଧ ପ୍ରସଙ୍ଗକୁ ନେଇ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଦେଶର ମୁଖ୍ୟମମନ୍ତ୍ରୀ ମାନଙ୍କୁ ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍‌ ହ୍ରାସ କରିବାକୁ ଅପିଲ କରିଛନ୍ତି । ତାହାସହ ସେ ଆହୁରି ମଧ୍ୟ କହିଛନ୍ତି କିଛି ରାଜ୍ୟରେ ପେଟ୍ରୋଲ ଡିଜେଲ ଦର ଅନ୍ୟ ରାଜ୍ୟଠାରୁ ଅଧିକ ରହିଛି । କେନ୍ଦ୍ର ଡ୍ୟୁଟି ହ୍ରାସ ପରେ ରାଜ୍ୟ ମାନଙ୍କୁ ଭାଟ୍‌ ହ୍ରାସ ପାଇଁ ସରକାର କହିଥିଲେ ।
ହେଲେ କିଛି ରାଜ୍ୟ ଭାଟ୍‌ ହ୍ରାସ କରିଥିବା ବେଳେ କିଛି ରାଜ୍ୟ ଭାଟ୍‌ ହ୍ରାସ କରିନାହାନ୍ତି । ଯାହାଫଳରେ ସାଧାରଣ ଲୋକ ନାହିଁନଥିବାର ହଇରାଣ ହେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋଦି ତାଙ୍କ ବିବୃତିରେ ଆହୁରି ମଧ୍ୟ କହିଛନ୍ତି କି ଏହାରି ଭିତରେ ୬ମାସ ବିତିଗଲାଣି । ଲୋକମାନେ ତୈଳ ଦରକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଲେଣି । ରାଜ୍ୟ ସରକାର ଭାଟ୍‌ ହ୍ରାସକରି ନିଜ ରାଜ୍ୟବାସୀଙ୍କୁ ସୁବିଧାରେ ତୈଳ ଯୋଗାଇଦିଅନ୍ତୁ ବୋଲି ସେ କହିଛନ୍ତି । ଏଥି ସହିତ ଭାଟ୍‌ କାଟିବାକୁ ନେଇ କିଛି ରାଜ୍ୟର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Comments are closed, but trackbacks and pingbacks are open.