ନେତାଜୀ ଙ୍କ ଜନ୍ମ ବାର୍ଷିକୀରେ ‘ଆପଦା ପ୍ରବନ୍ଧ ପୁରସ୍କାର’ ଘୋଷଣା କଲେ ପ୍ରଧାନମନ୍ତ୍ରୀ

15

୨୦୨୨ ପାଇଁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ‘ଆପଦା ପ୍ରବନ୍ଧ ପୁରସ୍କାର’ ପୁରସ୍କର ଘୋଷଣା କରିଛନ୍ତି। ଗୁଜୁରାଟ ବିପର୍ଯ୍ୟୟ ପରିଚାଳନା ପ୍ରତିଷ୍ଠାନର ଉପ-ଚେୟାରମ୍ୟାନ୍ ବିନୋଦ ଶର୍ମା ଏବଂ ସିକ୍କିମ୍ ରାଜ୍ୟ ର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (SSDMA) କୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୨୨ ମସିହାରେ ସୁଭାଷ ଚନ୍ଦ୍ର ବୋଷ ‘ଆପଦା ପ୍ରବନ୍ଧ ପୁରସ୍କାର’ ପ୍ରଦାନ କରାଯାଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ବିବୃତ୍ତି ଅନୁସାରେ GIDM କୁ ଅନୁଷ୍ଠାନିକ ବର୍ଗ ପାଇଁ ଚୟନ କରାଯାଇଥିବାବେଳେ ଶର୍ମାଙ୍କୁ ବ୍ୟକ୍ତିଗତ ବର୍ଗରେ ଚୟନ କରାଯାଇଛି। ଦେଶର ବ୍ୟକ୍ତିବିଶେଷ ତଥା ସଂଗଠନ ଦ୍ୱାରା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅମୂଲ୍ୟ ଅବଦାନ ତଥା ନିସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ପାଇଁ କେନ୍ଦ୍ର ସରକାର ସୁଭାଷ ଚନ୍ଦ୍ର ବୋଷ ‘ଆପଦା ପ୍ରବନ୍ଧ ପୁରସ୍କାର’ ପୁରସ୍କାରଘୋଷଣା କରିଛନ୍ତି I
ଏହି ପୁରସ୍କାରଗୁଡିକ ଯଥାକ୍ରମେ ୨୦୧୯,୨୦୨୦,୨୦୨୧ ଏବଂ ୨୦୨୨ ପାଇଁ ବଣ୍ଟନ କରାଯାଇଥିଲା। ଏହି ସମାରୋହରେ ମୋଟ ୭ ଜଣଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ମୋଦି ତାଙ୍କ ଭାଷଣରେ କହିଥିଲେ ଯେ ଏହା ଏକ ଐତିହାସିକ ସ୍ଥାନ ଏବଂ ଐତିହାସି ଉତ୍ସବ ମଧ୍ୟ। ନେତାଜୀ ବ୍ରିଟିସରଙ୍କ ପାଖରେ ନତମସ୍ତକ ହେବାକୁ ମନା କରିଦେଇଥିଲେ। ତାଙ୍କ ପ୍ରତିମୂର୍ତ୍ତି ଅଗାମୀ ପିଢ଼ି ପାଇଁ ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରେରଣା ଦାୟୀ ହେବ। ଆମେ ନେତାଜୀଙ୍କର ‘କ୍ୟାନ ଡୋ ଏବଂ ଉଇଲ୍ ସ୍ପିରିଟ୍‌’ରେ ପ୍ରେରିତ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ସୂଚନାନୁସାରେ ଯେ ଏହି ପୁରସ୍କାର ପ୍ରତିବର୍ଷ ଜାନୁଆରୀ ୨୩ ରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ବିତରଣ କରାଯିବ I ସେଥିପାଇଁ ପୁରସ୍କାର ସ୍ୱରୂପ ଅନୁଷ୍ଠାନ ପାଇଁ ୫୧ ଲକ୍ଷ ଟଙ୍କା ନଗଦ ରାଶି ସହିତ ସାର୍ଟିଫିକେଟ୍ ଏବଂ କୌଣସି ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ୫ ଲକ୍ଷ ଟଙ୍କା ନଗଦ ରାଶି ଏବଂ ଏକ ସାର୍ଟିଫିକେଟ୍ ପ୍ରଦାନକରାଯିବ I
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ମୋଦୀ କହିଛନ୍ତି, ‘ନେତାଜୀଙ୍କ ଅବଦାନକୁ ଦେଶବାସୀ କେବେ ଭୁଲିବେ ନାହିଁ । ସମଗ୍ର ଦେଶ ନେତାଜୀଙ୍କ ପାଇଁ ଗର୍ବିତ ।’ ଏହା ସହିତ ଦେଶବାସୀଙ୍କୁ ପରାକ୍ରମ ଦିବସର ଅଭିନନ୍ଦନ ଜଣାଇଛନ୍ତି ପିଏମ୍‌ ମୋଦୀ । ଆଜାଦ୍‌ ହିନ୍ଦ ଫୌଜ ସଂସ୍ଥାପକ ନେତାଜୀ ବୋଷଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଅନ୍ୟପଟେ ଯେପର୍ଯ୍ୟନ୍ତ ନେତାଜୀଙ୍କ ଭବ୍ୟ ପ୍ରତିମା ନିର୍ମାଣ ସାରିବା ପର୍ଯ୍ୟନ୍ତ ଏହି ସ୍ଥାନରେ ହୋଲଗ୍ରାମ ପ୍ରତିମା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି I

Leave A Reply

Your email address will not be published.