ବିରୋଧୀ ମହାମେଣ୍ଟର ରାଷ୍ଟ୍ରପତି ପ୍ରାର୍ଥୀ ହେଲେ ଯଶୋବନ୍ତ ସିହ୍ନା

34

ଆସନ୍ତା ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ତେଣୁ ଏହାକୁ ନେଇ ଉଭୟ ଶାସକ ଓ ବିରୋଧୀ ପ୍ରାର୍ଥୀ ଚୟନ ନେଇ ବ୍ୟସ୍ତ ରହିଛନ୍ତି । ବିରୋଧୀ ଦଳ ର ଘନ ଘନ ବୈଠକ ପରେ ପୂର୍ବ କେନ୍ଦ୍ରମନ୍ତ୍ରୀ ଯଶୋବନ୍ତ ସିହ୍ନା ଙ୍କୁ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି I ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡଗେ ରାଷ୍ଟ୍ରପତି ପ୍ରାର୍ଥୀ I
। ଏହାପୂର୍ବରୁ ଏନସିପି ସୁପ୍ରିମୋ ଶରଦ ପାୱାର, ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧିଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ଏହି ସମସ୍ତ ନେତାମାନେ ପ୍ରାର୍ଥୀ ହେବା ନେଇ ଅଗ୍ରାହ୍ୟ କରିଦେଇଥିଲେ । ଆଜି ଅନୁଷ୍ଠିତ ହୋଇଥିବା ବୈଠକରେ ଶରଦ ପାୱାର, ସୀତାରାମ ୟେଚୁରୀ ପ୍ରମୁଖ ଉପସ୍ଥିତ ଥିଲେ । ବିପକ୍ଷ ମହାମେଣ୍ଟର ବୈଠକରେ ଯଶୱନ୍ତଙ୍କ ନାମକୁ ୧୯ଟି ଦଳ ସମର୍ଥନ କରିଥିଲେ । ବୈଠକ ପୂର୍ବରୁ ଯଶୱନ୍ତ ଟ୍ୱିଟ କରି କହି ଥିଲେ, ତୃଣମୂଳ କଂଗ୍ରେସରେ ମୋତେ ସମ୍ମାନ ଓ ପ୍ରତିଷ୍ଠା ମିଳିଛି, ତେଣୁ ମୁଁ ମମତା ବାନାର୍ଜୀଙ୍କ ପ୍ରତି କୃତଜ୍ଞ ରହିବି ।
ସେହିପରି ୮୪ ବର୍ଷୀୟ ସିହ୍ନା ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଅର୍ଥ ଓ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସେ ଜଣେ ଅଭିଜ୍ଞ ରାଜନେତା ହୋଇଥିବାରୁ ବିରୋଧୀ ମେଣ୍ଟ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଥିବା ଜଣାପଡ଼ିଛି।

Comments are closed, but trackbacks and pingbacks are open.