ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଉଦଘାଟନ କଲେ ରାଷ୍ଟ୍ରପତି,ରାଜ୍ୟପାଳ ଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଙ୍କ ଯୋଗଦାନ

18

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ପୁରୀ ଗସ୍ତରେ ଆସି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି I ଆଜି ଗୌଡୀୟ ମିଶନ ପ୍ରତିଷ୍ଠାତା ଭକ୍ତିସିଦ୍ଧାନ୍ତ ଗୋସ୍ବାମୀ ଶ୍ରୀଲ ପ୍ରଭୁପାଦଙ୍କ ୧୫୦ତମ ଜୟନ୍ତୀ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେଇଛନ୍ତି। ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ଉପସ୍ଥିତ ଅଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ମରଣିକା ଉନ୍ମୋଚନ କରିଛନ୍ତି।


ଅନୁଷ୍ଠିତ ସମ୍ମିଳନୀରେ ଶ୍ରୀ କୋବିନ୍ଦ କହିଛନ୍ତି, ଈଶ୍ୱରଙ୍କ କୃପାରୁ ସେ ଭାରତର ବିଭିନ୍ନ ଧାର୍ମିକସ୍ଥଳୀ ପରିଦର୍ଶନ କରିବା ସହ ଭକ୍ତି ଅର୍ଘ୍ୟ ଅର୍ପଣ କରିଛନ୍ତି। ସମସ୍ତ ସ୍ଥାନରେ ବିଭିନ୍ନ ଧାର୍ମିକ ଉପାୟ ଓ ବ୍ୟବସ୍ଥା ପ୍ରଚଳିତ ରହିଛି। ତେବେ ଏହି ଆସ୍ଥା ପଛରେ ଈଶ୍ୱର ଭକ୍ତି ସହ ମାନବ ସମାଜକୁ ଏକ ପରିବାର ରୂପେ ଗ୍ରହଣ କରି ସମସ୍ତଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା। ରାଷ୍ଟ୍ରପତି କହିଛନ୍ତି ଯେ ଧର୍ମକୁ ନେଇ ସମାଜକୁ ବିଭାଜନ କରାଯାଇ ପାରିବ ନାହିଁ। ସତ୍ୟକୁ ବାଣ୍ଟି ହେବନି କାରଣ ଗୋଟିଏ ସତ୍ୟତାକୁ ବିଭିନ୍ନ ଉପାୟରେ ବର୍ଣ୍ଣନା କରାଯାଇ ପାରିବ ଓ ଋକବେଦରେ ଏ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ସତ୍ୟ ହିଁ ଏକ, ବିଦ୍ୱାନମାନେ ତାହାକୁ ବିଭିନ୍ନ ଉପାୟରେ ବ୍ୟାଖ୍ୟା କରିଥାନ୍ତି। ଭାରତରେ ଭକ୍ତିଭାବରେ ପୂଜାର୍ଚନା କରିବାର ମହତ୍ୱ ସର୍ବାଧିକ ରହିଛି। ଶ୍ରୀ କୋବିନ୍ଦ କହିଛନ୍ତି ଯେ ଭାରତ ଭୂମି ଏଥିପାଇଁ ମହାନ ଯେ ଏଠାରେ ଅନେକ ସନ୍ଥ ଆମ୍ଭମାନଙ୍କୁ ନିଃସ୍ୱାର୍ଥ ଭାବେ ଉପାସନାର ମାର୍ଗ ଦେଖାଇଛନ୍ତି। ଏହି ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ୬ ଶହରୁ ଅଧିକ ସାଧୁସନ୍ଥ ଯୋଗ ଦେଇଛନ୍ତି ।

Comments are closed, but trackbacks and pingbacks are open.