ଆଜି ଉତ୍କଳ ଦିବସ ରେ ଓଡ଼ିଶାବାସୀ ଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧନମନ୍ତ୍ରୀ
ଆଜି ଉତ୍କଳ ଦିବସ। ଓଡ଼ିଶା ୮୭ ବର୍ଷରେ ପାଦ ଥାପିଛି I ସାରା ରାଜ୍ୟ ପାଳୁଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟର ପ୍ରତିଷ୍ଠା ଦିବସ। ୧୯୩୬ ମସିହା ଏପ୍ରିଲ ୧, ଆଜିର ଦିନରେ ଗଠନ ହୋଇଥିଲା ଓଡ଼ିଶା। ଓଡ଼ିଆ ଭାଷା ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଆ ଲୋକେ ନିଜର ପ୍ରତିଭା, ଦକ୍ଷତା, ସାହସ ଦେଶ ତଥା ବିଦେଶରେ ପ୍ରମାଣିତ କରିଛନ୍ତି। ଭାଷା ଭିତ୍ତିରେ ଗଠନ ହୋଇଥିବା ପ୍ରଥମ ରାଜ୍ୟକୁ ୮୬ ବର୍ଷ ପୁରୁଥିବା ବେଳେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଆରେ ଟ୍ୱିଟ୍ କରି ଉକ୍ରଳ ଦିବସ ଶୁଭେଚ୍ଛା ଜଣାଇଥିବା ବେଳେ ରାଷ୍ଟ୍ରପତି ହିନ୍ଦି ଭାଷାରେ ଟ୍ୱିଟ୍ କରିଥିଲେ ।
ଉତ୍କଳ ଦିବସ ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶୁଭେଚ୍ଛା ସହ ରାଜ୍ୟବାସୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କଲେ, କହିଲେ- ଦେଶର ପ୍ରଗତିରେ ଓଡ଼ିଆ ଲୋକଙ୍କ ଯୋଗଦାନ ଉଲ୍ଲେଖନୀୟ, ଓଡ଼ିଆ ସଂସ୍କୃତି ସମଗ୍ର ବିଶ୍ୱରେ ପ୍ରଶଂସିତ ବୋଲି ଲେଖି ମୋଦୀ ଟ୍ୱିଟ କରିଥିଲେ ।
ସେହିପରି ରାଷ୍ଟ୍ରପତି ଶୁଭେଚ୍ଛା ବାର୍ତ୍ତା ରେ ଲେଖିଥିଲେ ଓଡ଼ିଶା ମାଟିରେ ଜଗନ୍ନାଥ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ଐତିହ୍ୟ ଭରି ରହିଛି ସାରା ବିଶ୍ବକୁ ଶାନ୍ତି ଓ ଭଲ ପାଇବାର ବାର୍ତ୍ତା ଦେଉଛି ଓଡ଼ିଶା । ଏପରି ଲେଖିବା ସହିତ ଓଡ଼ିଶା ବାସୀଙ୍କୁ ଉକ୍ରଳ ଦିବସ ଶୁଭକାମନା ଜଣାଇଥିଲେ କୋବିନ୍ଦ ।
Comments are closed, but trackbacks and pingbacks are open.