ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ

25

ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଡିଆର୍‌ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ତେବେ ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ କିଏ ଏବଂ କିଏ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ଆଉ କେଉଁ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ତାହା ଜାଣିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଥାଏ।

ଗତ ନିର୍ବାଚନ ସମୟରେ ଦେଶର ମୁଖ୍ୟମନ୍ତ୍ରୀମାନେ ଦେଇଥିବା ସମ୍ପତ୍ତି ମୂଲ୍ୟକୁ ଭିତ୍ତିକରି ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୩୦ ମୁଖ୍ୟମନ୍ତ୍ରୀଙ୍କ ଏକ ତାଲିକା ପ୍ରସ୍ତୁତ କରାଯାଇଛି। ତେବେ ଜାଣନ୍ତୁ ଏହି ତାଲିକା ସମ୍ପର୍କରେ…

୩୦ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଧନୀ ମୁଖ୍ୟମନ୍ତ୍ରୀଙ୍କ ଶୀର୍ଷରେ ରହିଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫୧୦ କୋଟି। ସେହିପରି ଦ୍ୱିତୀୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁଙ୍କ ନିକଟରେ ୧୬୩ କୋଟି ଟଙ୍କାର ସମ୍ପତ୍ତି ରହିଛି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସର୍ବାଧିକ ଧନୀ ତାଲିକାରେ ଅଛନ୍ତି। ନବୀନଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମୂଲ୍ୟ ମୋଟ୍‌ ୬୩ କୋଟି ଟଙ୍କା। ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତାଙ୍କ ସମ୍ପତ୍ତିର ମୂଲ୍ୟ ସବୁ ମୁଖ୍ୟମନ୍ତ୍ରୀଙ୍କଠାରୁ କମ୍‌ ରହିଛି। ତେବେ ମମତାଙ୍କ ସମ୍ପତ୍ତିର ମୂଲ୍ୟ ମାତ୍ର ୧୫ ଲକ୍ଷ ଥିବା ତାଲିକାରେ ପ୍ରକାଶ ପାଇଛି।

Comments are closed, but trackbacks and pingbacks are open.