ଆଜି ଶ୍ରୀମନ୍ଦିରରେ ମେଣ୍ଢା ପୋଡି ନୀତି, ଝିମିରି ଫଗୁ ଖେଳ ସରିବା ପରେ ହେବ ସ୍ବତନ୍ତ୍ର ନୀତି

11

ଭୁବନେଶ୍ବର : ଆଜି ଶ୍ରୀମନ୍ଦିରରେ ମେଣ୍ଢା ପୋଡି ନୀତି । ଫାଲଗୁନ୍ ଶୁକ୍ଳ ଚତୁର୍ଦ୍ଦଶୀରେ ଦୋଳବେଦୀ ପରିସରରେ ଏହି ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏହି ନୀତି ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିବ । ଆଜି ମଧ୍ୟାହ୍ନ ଧୂପ ପରେ ଶ୍ରୀଦେବୀ, ଭୂଦେବୀ ଓ ଦୋଳଗୋବିନ୍ଦଙ୍କୁ ଚାଚେରୀ ବେଶ କରାଯାଇଥିଲା । ସେବକମାନେ ଠାକୁରଙ୍କୁ ଲକ୍ଷ୍ମୀ ମନ୍ଦିରରେ ଥିବା ଖଟିଆ ଉପରେ ବିରାଜମାନ କରାଇବେ । ଏହାପରେ ଝିମିରି ଫଗୁ ଖେଳ ହେବ । ଶୀତଳ ଭୋଗ ଓ ବନ୍ଦାପନା ସରିବା ପରେ ବିମାନରେ ବିଜେ ହୋଇ ଦୋଳବେଦୀ କୋଣକୁ ଶୋଭାଯାତ୍ରାରେ ନେବେ । ସନ୍ଧ୍ୟା ବେଳେ ଠାକୁର ପହଞ୍ଚିବା ପରେ ବିଭିନ୍ନ ନୀତି ଅନୁଷ୍ଠିତ ହେବ । ଦୋଳମଣ୍ଡପର ପୂର୍ବ ଦିଗରେ କୁଟା, କାଠି ଓ ଘସିରେ ଗୋଟିଏ କୁଡିଆ ପ୍ରସ୍ତୁତ ସହ ମେଣ୍ଢାକୁଡ଼ିଆ ନୀତି ହେବ । ପୂଜାପଣ୍ଡା ବିଜେ ପ୍ରତିମାଙ୍କୁ ବନ୍ଦାପନା କରିବେ । ପରେ ମେଷ କୁଟୀରରେ ଅଗ୍ନି ସଂଯୋଗ କରାଯିବ ।  ଏହା ପରେ ଚଳନ୍ତି ପ୍ରତିମା ମେଷ ଗୃହର ଚତୁଃପାର୍ଶ୍ବରେ ସାତ ଥର ପ୍ରଦିକ୍ଷଣ କରିବା ପରେ ଦେଉଳକୁ ବାହୁଡା ବିଜେ କରିବେ । ପରେ ସଂଧ୍ୟା ଆଳତୀ, ସଂଧ୍ୟା ଧୂପ, ମଇଲମ ଓ ଚନ୍ଦନଲାଗି, ବଡ଼ସିଂହାର ବେଶ ହେବ ।

Comments are closed, but trackbacks and pingbacks are open.