ପିଏମ୍ କିଷାନ ଯୋଜନାରେ ୧୦ କୋଟି ଚାଷୀ ହେବେ ଉପକୃତ

22

‘ସବକା ସାଥ ସବ କା ବିକାଶ ‘ ଯୋଜନା ରେ କେନ୍ଦ୍ର ସରକାର ଗାଁ ଗୁଡିକୁ ଅଧିକ ଗୁରୁତ୍ଵ ଦେଉଛନ୍ତି ବୋଲି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ଲାଲକିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି। । ଗାଁରେ ଟେକ୍ନୋଲୋଜି ଜରିଆରେ ବିକାଶ ଆରମ୍ଭ ହୋଇଛି। ଗାଁରେ ମଧ୍ୟ ବୈଜ୍ଞାନିକ ଟେକ୍ନୋଲୋଜି ଜରିଆରେ କୃଷି କାର୍ଯ୍ୟ ହେଉଛି। ଦେଶର ୮୦ ପ୍ରତିଶତ ଲୋକଙ୍କ ଜମି ୨ ହେକ୍ଟରରୁ କମ୍। ତେଣୁ ସେମାନଙ୍କର ବିକାଶ ପାଇଁ ପିଏମ୍ କିସାନ ଯୋଜନା ଲାଗୁ କରାଯାଇଛି।
ପିଏମ୍ କିଷାନ ଯୋଜନାରେ ୧୦ କୋଟି ଚାଷୀଙ୍କୁ ଦେଢ ଲକ୍ଷ କୋଟି ମିଳିଛି। ଶ୍ରମିକ ଯୋଜନା ଜରିଆରେ ଗାଁର ବିକାଶ କରାଯାଉଛି। ଗାଁ ଜମିର ଡ୍ରୋନ୍ ଜରିଆରେ ସର୍ଭେ କରାଯାଇ ଚିହ୍ନଟ କରାଯାଉଛି। ସମ୍ପୂର୍ଣ୍ଣ ରୂପେ ପଡିଆ ପଡିଥିବା ଚାଷ ଜମି ଗୁଡିକ ମଧ୍ୟ ଏବେ ଚାଷଉପଯୋଗୀ ହୋଇଉଠିଛି।

Leave A Reply

Your email address will not be published.