ଆରମ୍ଭ ହେଲା ପିତୃପକ୍ଷ

88

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଲା ପିତୃପକ୍ଷ । ଭାଦ୍ରବ ମାସ ପୂର୍ଣ୍ଣିମାରୁ ପିତୃପକ୍ଷ । ଆଶ୍ୱିନ ମାସ ଅମାବାସ୍ୟା ପର୍ୟ୍ୟନ୍ତ ପାଳନ ହୋଇଥାଏ ଅପରପକ୍ଷ । ୧୫ ଦିନ ପର୍ୟ୍ୟନ୍ତ ପିତୃପକ୍ଷଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରାଯାଇଥାଏ । ବିଶ୍ୱାସ ରହିଅଛି ଏହି ସମୟରେ ସମସ୍ତ ପିତୃପୁରୁଷ ଶ୍ରାଦ୍ଧ, ପିଣ୍ଡଦାନକୁ ଅପେକ୍ଷା କରିଥାନ୍ତି । ଏଣୁ ଶ୍ରଦ୍ଧାର ସହ ଏହି ସମୟରେ ରୀତିନୀତି ଅନୁସାରେ କରାଯାଇଥାଏ ଶ୍ରାଦ୍ଧ । ପିତୃ ପୁରୁଷମାନେ ସେମାନଙ୍କ ବଂଶଧର ମାନଙ୍କ ଦ୍ୱାରା କରାଯାଇଥିବା ତର୍ପଣ, ଶ୍ରାଦ୍ଧ ଏବଂ ପିଣ୍ଡ ଦାନ ଇତ୍ୟାଦିରେ ସନ୍ତୁଷ୍ଟ ହୋଇ ସେମାନେ ବଂଶ ବୃଦ୍ଧି, ସୁଖ ଏବଂ ସମୃଦ୍ଧତା ପାଇଁ ଆଶୀର୍ବାଦ କରିଥାନ୍ତି ।

Comments are closed, but trackbacks and pingbacks are open.