ଲୋକସଭାରେ ଆଗତ ହେଲା ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍

92

ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଉଭୟ ଗୃହ (ଲୋକସଭା ଏବଂ ରାଜ୍ୟସଭା) ର ପ୍ରକ୍ରିୟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପଟେ ଲୋକସଭାରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିଲ୍ ଆଗତ ହୋଇଥିବାବେଳେ ଅନ୍ୟ ପଟେ ରାଜ୍ୟସଭାରେ ସମ୍ବିଧାନ ଉପରେ ବିତର୍କ ଜାରି ରହିଛି। ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ ବିଲ୍ ଲୋକସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଦ୍ଵାରା ଆଗତ କରାଯାଇଛି। ଭାରତରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ, ଦେଶର ଲୋକସଭା ନିର୍ବାଚନ ଏବଂ ପୌର ତଥା ପଞ୍ଚାୟତ ନିର୍ବାଚନ ବିଭିନ୍ନ ସମୟରେ ଅନୁଷ୍ଠିତ ହୋଇଥାଏ। ଦେଶରେ ବିଧାନସଭା, ଲୋକସଭା, ପଞ୍ଚାୟତ ଏବଂ ପୌର ନିର୍ବାଚନ ଏକାସାଙ୍ଗରେ କରାଯାଉ ବୋଲି ନରେନ୍ଦ୍ର ମୋଦୀ ସରକାର ଚାହୁଁଛନ୍ତି।

Comments are closed, but trackbacks and pingbacks are open.