ଆସନ୍ତା ୧୬ ତାରିଖରେ ଓଡିଶା ଆସିବେ ଟୋକିଓରୁ ଅଲିମ୍ପିକ୍ ପଦକ ବିଜେତା ପୁରୁଷ ହକି ଦଳ

31

୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସ ଇତିହାସ ରଚିଛି ଭାରତୀୟ ହକି ଦଳ । ଭାରତକୁ ହକିରେ ବ୍ରୋଞ୍ଜ ପଦକ ମିଳିଛି । ପଦକ ବିଜେତା ଭାରତୀୟ ହକି ଦଳକୁ ପ୍ରୋତ୍ସାହିତ କରି ଆସୁଛନ୍ତି ଓଡିଶା ସରକାର । ଆସନ୍ତା ୧୬ ତାରିଖରେ ଟିମ୍ ଇଣ୍ଡିଆକୁ ଓଡିଶା ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଠାରେ ବିଜେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ସହ ସମ୍ବଲପୁରୀ ବସ୍ତ୍ରରେ ତିଆରି ବାନ୍ଧ କଳାର ଉତ୍ତରୀୟ ପ୍ରଦାନ କରାଯିବ । ସେହି ଉତ୍ତରୀୟ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ବହ୍ମଣୀପାଲିରୁ ଆସିବ । ସୁବର୍ଣ୍ଣପୁର ସାଗରତଲ ଗାଁର ବାନ୍ଧ ଶିଳ୍ପୀ ଶିବଶଙ୍କର ମେହେର ଓ ନୀଳମଣୀ ମେହେରଙ୍କ ପରିବାର ତିଆରି କରୁଥିବା ଏହି ସ୍ୱତନ୍ତ୍ର ଉତ୍ତରୀୟ ଦେଇ ଖେଳାଳିଙ୍କୁ ସ୍ୱାଗତ କରିବେ ରାଜ୍ୟ ସରକାର Iଏହା ହେଉଛି ହକି ତାରକାଙ୍କ ପାଇଁ ସ୍ୱତନ୍ତ୍ର ଉତରୀୟ । ସେମାନଙ୍କୁ ଏହି ସ୍ୱତନ୍ତ୍ର ଉତ୍ତରୀୟ ଦେଇ ସ୍ୱାଗତ କରାଯିବ । ସରୁ ସୂତା, ପ୍ରାକୃତିକ ରଙ୍ଗ, ସୂକ୍ଷ୍ମ କାରିଗରୀ ଓ ୟୁନିକ୍ ଡିଜାଇନ୍ ପାଇଁ ସାରା ବିଶ୍ୱ ପରିଚିତ ସୁବର୍ଣ୍ଣପୁର ବୁଣାକାରଙ୍କ ପାଟ ବସ୍ତ୍ର । ସେଇ ପରିଚିତ ବୁଣାକାରମାନେ ସୂକ୍ଷ୍ମ ବାନ୍ଧ କଳାରେ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ରହିଛି ହକି ଷ୍ଟିକ୍ ସହ ଅଲିମ୍ପିକ୍ସ ଚିହ୍ନ ।

Leave A Reply

Your email address will not be published.