ରେଳବାଇର ପୁରୁଣା ନିୟମ ବଦଳିବ ସହ ବଢ଼ିଲା କର୍ମଚାରୀଙ୍କ ଦରମା

18

ରେଳ ଭିତରେ ରେଳ ମନ୍ତ୍ରୀ । ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ଐତିହାସିକ ନିଷ୍ପତ୍ତି ନେଉଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ଯାତ୍ରୀ ଏବଂ କର୍ମଚାରୀମାନଙ୍କ ସୁବିଧାକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଉଛି । ତେବେ କିଛି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ବର୍ତ୍ତମାନ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ବର୍ଷ ବର୍ଷରୁ ଚାଲି ଆସୁଥିବା ଏକ ପୁରୁଣା ନିୟମକୁ ବନ୍ଦ କରିବା ପାଇଁ ସେ ଘୋଷଣା କରିଛନ୍ତି । ଭାରତୀୟ ରେଳବାଇର ବହୁ ପୁରୁଣା ସାମନ୍ତୀ ପ୍ରଥା ଉପରେ ରୋକ ଲଗାଇବାକୁ କେନ୍ଦ୍ର ରେଳମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ।

ରେଳ ମନ୍ତଣାଳୟ ଏବଂ ଦେଶର ରେଲୱେ ଜିଏ କାର୍ଯ୍ୟାଳୟରେ ଆରପିଏଫ ଯବାନମାନେ ନିୟୋଜିତ ହୋଇ ରହିଥାନ୍ତି । ତେବେ କେବଳ ସାଲ୍ୟୁଟ କରିବା ହେଉଛି ଏମାନଙ୍କର କାମ । ରେଳବାଇରେ ଏହି ପରମ୍ପରା ବହୁ ପୁରୁଣା ଏବଂ ଇଂରେଜ ଶାସନ କାଳରୁ ଏହି ପ୍ରଥା ଚାଲି ଆସୁଛି । କିନ୍ତୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସାମନ୍ତୀ ପ୍ରଥାକୁ ବନ୍ଦ କରିବା ପାଇଁ ଆଦେଶ ଜାରି କରିଛନ୍ତି । ରେଳବାଇର ବରିଷ୍ଠ ଅଧିକାରୀମାନେ ସାଲ୍ୟୁଟକୁ ସ୍ତିତି ସହିତ ସଂଯୋଗ କରିଥାନ୍ତି । ରେଳ ମନ୍ତ୍ରଣାଳୟରେ ରେଳମନ୍ତ୍ରୀ ଏବଂ ବୋର୍ଡ ମେମ୍ବର ପାଇଁ ସ୍ୱତନ୍ତ୍ର ଗେଟ୍ ରହିଥାଏ, ଏହାଦ୍ୱାରା ଆରପିଏଫର ସାଲ୍ୟୁଟ ଦେଉଥିବା ଯବାନ୍ ସ୍ୱତନ୍ତ୍ର ପୋଷାକରେ ନିୟୋଜିତ ରହୁଥିଲେ । ରେଲୱେର ସମସ୍ତ ଜୋନାଲ ଅଫିସରେ ଏହି ବ୍ୟବସ୍ଥା ଲାଗୁ ହେଉଥିଲା, କିନ୍ତୁ ନିକଟରେ ଏହାକୁ ତତ୍କାଳ ପ୍ରଭାବରେ ଶେଷ କରାଯାଇଛି ।

ଅନ୍ୟ ପକ୍ଷରେ ଭାରତୀୟ ରେଳବାଇରେ ବୟସ୍କମାନଙ୍କୁ ଟ୍ରେନ ଟିକେଟରେ ମିଳୁଥିବା ରିହାତିକୁ ପୁଣିଥରେ ଆରମ୍ଭ କରିବା ପାଇଁ ଆଲୋଚନା କରାଯାଉଛି । ତେବେ ଏହି ରିହାତି ନ ଦେଉଥିବାରୁ ଭାରତୀୟ ରେଳ ଖୁବ ସମାଲୋଚନାର ଶିକାର ହୋଇଥିଲା । ତେବେ ପରିବର୍ତ୍ତନ ପରେ ଟିକେଟ ରିହାତି ପାଇଁ ବୟସସୀମାରେ ମଧ୍ୟ ପରିବର୍ତ୍ତନ କରାଯାଇପାରେ । ଏହି ସୁବିଧା କେବକଳ ୭୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ କରାଯାଇପାରେ ବୋଲି ଆଶା କରାଯାଉଛି । ତେବେ ପୂର୍ବରୁ ଏହି ସୁବିଧା ପାଇଁ ମହିଳାଙ୍କ ବୟସ ୫୮ ବର୍ଷ ଏବଂ ପୁରୁଷକଙ୍କୁ ୬୦ ବର୍ଷ ବୟସସୀମା ଧାର୍ଯ୍ୟ କରାଯାଇଥିଲା ।

Comments are closed, but trackbacks and pingbacks are open.