ନନ୍ଦନକାନନରେ ବନ୍ୟପ୍ରାଣୀ ଙ୍କ ସଂଖ୍ୟା ୫ ବର୍ଷରେ କେତେ ବଢିଛି : ରିପୋର୍ଟ ଦେଲେ ମନ୍ତ୍ରୀ

18

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ବର୍ଷ ମଧ୍ୟରେ କେତେ ଜୀବ ଜନ୍ତୁ ଙ୍କ ସଂଖ୍ୟା କେତେ ? କେତେ ବଢିଛି ଏବଂ କେତେ ପ୍ରାଣୀ ବିଲୁପ୍ତ ହୋଇଛନ୍ତି ଏହାର ଏକ ରିପୋର୍ଟ ପ୍ରସ୍ତୁତ କରି ଗୃହରେ ଉତ୍ତର ବିଧାନସଭାରେ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।ବିଧାନସଭା ଲିଖିତ ଉତ୍ତର ମାଧ୍ୟମରେ ବିଭାଗୀୟ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଗତ ୫ ବର୍ଷରେ ୩୫୫ ବନ୍ୟପ୍ରାଣୀଙ୍କର ମୃତ୍ୟୁ ହୋଇଛି । ୨୦୧୯-୨୦ରେ ସର୍ବାଧିକ ୯୮ ବନ୍ୟପ୍ରାଣୀଙ୍କର ମୃତୁ ହୋଇଥିବା ବେଳେ ୨୦୧୬-୧୭ରେ ସର୍ବନିମ୍ନ ୪୯ ବନ୍ୟପ୍ରାଣୀଙ୍କର ମୃତ୍ୟୁ ହୋଇଛି । ସେହିଭଳି ଏହି ୫ ବର୍ଷ ମଧ୍ୟରେ ଅଧିକାଂଶ ସନ୍ତ୍ୟପାୟୀ ପ୍ରାଣୀଙ୍କର ମୃତ୍ୟୁ ହୋଇଛି । ସେହିଭଳି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କର ମୃତ୍ୟୁ ସଂଖ୍ୟା ଗତ ୫ ବର୍ଷ ମଧ୍ୟରେ ୧୬୫ ରହିଛି ।
ସେହିଭଳି ଗତ ୫ ବର୍ଷ ମଧ୍ୟରେ ନନ୍ଦନକାନନରେ ଶହଶହ ବନ୍ୟପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି । ୨୦୧୭-୧୮ରେ ସର୍ବାଧିକ ୩୪୨ ବନ୍ୟପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି । ଆଉ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୭୩ଟି ବନ୍ୟପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି । ଏହି ସମୟ ମଧ୍ୟରେ ଅଧିକ ସଂଖ୍ୟାରେ ସ୍ତନ୍ୟପାୟୀ ପ୍ରାଣୀ ଜନ୍ମଗ୍ରହଣ କରିଥିବା ବେଳେ ପକ୍ଷୀଙ୍କ ବଂଶବୃଦ୍ଧି ମଧ୍ୟ ହୋଇଛି I
ସେହିଭଳି ରାଜ୍ୟରେ ଗତ ୫ ବର୍ଷରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି । ୨୦୧୬-୨୦୨୧ ମଧ୍ୟରେ ୪୦୬ ହାତୀଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୬୨ ହାତୀଙ୍କର ମୃତ୍ୟୁ ହୋଇଛି । ରେଳ ଦୁର୍ଘଟଣାରେ ୧୪, ରାସ୍ତା ଦୁର୍ଘଟଣାରେ ୪ ହାତୀ ମରିଛନ୍ତି । ସେହିଭଳି ବିଦ୍ୟୁତ ଆଘାତରେ ୫୪, ଶିକାରୀଙ୍କ ଦ୍ବାରା ୧୧ ଓ ଅନ୍ୟାନ୍ୟ କାରଣ ପାଇଁ ୯୦ ହାତୀଙ୍କର ମୃତ୍ୟୁ ହୋଇଥିବା ନେଇ ଜଙ୍ଗଲ ମନ୍ତ୍ରୀ ଗୃହରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି I

Leave A Reply

Your email address will not be published.