ନୂଆ ବର୍ଷରୁ ନୂଆ ନିୟମ ଆରମ୍ଭ ; ନମାନିଲେ ଗଣିବେ ଭୟଙ୍କର ତଣ୍ଡ !

51

ଭୁବନେଶ୍ୱର: ନୂଆ ବର୍ଷରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ । ଶ୍ରୀମନ୍ଦିର ନୀତି ସବ୍ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ।

ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମ କଡାକଡି ଲାଗୁ ହେବ । ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ଉତ୍ତର ଦ୍ୱାରରେ ରାମ୍ପ ବ୍ୟବସ୍ଥା ହେବ । ୩୧ ଓ ୧୬ ରାତିରେ ଆବଶ୍ୟକ ହେଲେ ରାତ୍ର ପହୁଡ ହେବନି ବୋଲି ଖବର ସାମ୍ନାକୁ ଆସିଛି ।

ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିରରେ ପାନ, ଗୁଟଖା ସମ୍ପୂର୍ଣ୍ଣ ବନ୍ଦ ହେବ । ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ନିୟମକୁ କଡାକଡି ଲାଗୁ କରାଯିବ।

ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ପାଇଁ ଉତ୍ତର ଦ୍ଵାରର ରାମ୍ପ୍ ବ୍ୟବସ୍ଥା କରାଯିବ । ୧୭ ତାରିଖ ଯାତ୍ରୀ ପରିକ୍ରମା ଲୋକାର୍ପଣ ପାଇଁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ, ଚାରି ଧାମ ଓ ଭାରତବର୍ଷର ପ୍ରମୁଖ ତୀର୍ଥ ଓ ଧର୍ମ ସ୍ଥାନରୁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.