ନୂଆ ଭାଇରସ ‘ଟମାଟୋ ଫ୍ଲୁ’,୮୦ ରୁ ଅଧିକ ଶିଶୁ ଆକ୍ରାନ୍ତ

20

ଟମାଟୋ’ଫ୍ଲୁ ରେ ୮୦ ରୁ ଅଧିକ ଶିଶୁ ଆକ୍ରାନ୍ତ Iଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି କରୋନା ମହାମାରି କବଳରେ ସାରା ବିଶ୍ୱ ଛଟପଟ ହେଉଥିବା ବେଳେ,ଭାରତ ରେ ଆଉ ଏକ ନୂଆ ଭାଇରସ ମୁଣ୍ଡ ଟକିଲାଣି ‘ଟମାଟୋ’ ଫ୍ଲୁ I ନିକଟରେ କେରଳରେ ଖାଦ୍ୟ ବିଷାକ୍ତ (ଫୁଡ ପୋଏଜୋନିଙ୍ଗ)ଘଟଣା ପରେ ଅନେକ ସ୍ଥାନରେ ଟମାଟୋ ଫ୍ଲୁ ନାମକ ଏକ ନୂତନ ଜୀବାଣୁ ଚିହ୍ନଟ ହୋଇଛି। କେରଳର କୋଲାମ ଜିଲ୍ଲାରେ ଏହି ରହସ୍ୟମୟ ଟମାଟୋ ଫ୍ଲୁ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଏଠାରେ ପ୍ରାୟ ୮୦ ଜଣ ପିଲାଙ୍କ ଶରୀରରେ ଏହି ଫ୍ଲୁ ଠାବ ହୋଇଛି। ଅଧିକାଂଶ ଆକ୍ରାନ୍ତ ବୟସ ପ୍ରାୟ ୫ ବର୍ଷରୁ କମ। ଏହା ପରେ ଜ୍ୱରରେ ଅଭିଯୋଗ କରୁଥିବା ସେହି ସମସ୍ତଙ୍କ ପାଇଁ ପରୀକ୍ଷା କରାଯାଉଛି। ଆକ୍ରାନ୍ତଙ୍କ ପାଖରେ ପ୍ରବଳ ଜ୍ୱର ସହିତ ଶରୀରରେ ଘୋଳାବିନ୍ଧା, ଆଣ୍ଠୁଗଣ୍ଠି ବଥା ଫୁଲିବା ଭଳି ଲକ୍ଷଣ ଦେଖାଯାଏ । ଦେହରେ ପାଣି ଫୋଟକା ଭଳି ଲାଲ ଲାଲ ଚିହ୍ନ ହେବା ଏହାବାଦ ଛୋଟ ଛୁଆଙ୍କ ଶରୀରରେ ଆଲର୍ଜି ,ତରଳ ଝାଡା ଓ ବାନ୍ତି ଭଳି ଲକ୍ଷଣ ଦେଖାଯାଉଛି I ତେବେ ଟମାଟୋ ଫ୍ଲୁ ର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡି ନାହିଁ ଇ କେତେକାଂଶରେ ଏହି ଫ୍ଲୁ ଚିକେନଗୁନିଆ ଭଳି ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଟମାଟୋ ଫ୍ଲୁ ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। ମେଡିକାଲ ବିଶେଷଜ୍ଞମାନେ ଏବେ ବି ଏହାର ଯାଞ୍ଚ କରୁଛନ୍ତି।

ନିରାକରଣ

ସବୁବେଳେ ପରିଷ୍କାର ଓ ପରିଚ୍ଛିନ୍ନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହାବାଦ ଉପଯୁକ୍ତ ହାଇଡ୍ରେଡ ମଧ୍ୟ ଜରୁରୀ। ଲକ୍ଷଣ ଦେଖାଯିବା ମାତ୍ରେ ପରିବାର ଲୋକ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଫଟୋକା କିମ୍ବା ଦାଗ ପଡ଼ିଥିବା ଅଂଶକୁ ପିଲାମାନେ ଯେମିତି ହାତ ନ ମାରିବେ, ତା’କୁ ମଧ୍ୟ ଧ୍ୟାନରେ ରଖିବାକୁ ପଡ଼ିବ। ଯଦି ନାଲି ଦାଗକୁ ପିଲାମାନେ କୁଣ୍ଡାଇନ୍ତି କିମ୍ବା ଫଟୋକାକୁ ଫଟାଇ ଦିଅନ୍ତି, ତା’ହେଲେ ଏହା ଆହୁରି ଅଧିକ ଘାତକ ହେବ। ରୋଗୀମାନଙ୍କୁ ଯଥା ସମୟ ବିଶ୍ରାମ ନେବାକୁ ମଧ୍ୟ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

Comments are closed, but trackbacks and pingbacks are open.