ଭୁବନେଶ୍ୱରରେ ହେବ ନୂଆ ଟର୍ମିନାଲ

16

ଭୁବନେଶ୍ୱର:ଭୁବନେଶ୍ୱର ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ । ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କିଞ୍ଜାରାପୁ ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।ଭୁବନେଶ୍ୱର ବିମାନବନ୍ଦରରେ ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ ହେବ । ୨ ବର୍ଷରେ ନିର୍ମାଣ ନେଇ ଯୋଜନା ରଖାଯାଇଛି । ସେହିପରି ଖୁବଶୀଘ୍ର ରନୱେ କ୍ୟାଟ ଟୁ ଲାଇଟ ନିର୍ମାଣ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । 

Comments are closed, but trackbacks and pingbacks are open.