ଜଗତସିଂହପୁର ମହିଳା ଚାଷୀଙ୍କ ନୂଆ ଉଦ୍ଭାବନ ‘ଲାଲ ବାସ୍ନା’ ଧାନ

58

ଧାନ ବିଲରେ ମହିଳା ଚାଷୀ । ହଳଦି ଗୁରୁଗୁରୁ ଏହି ଯେଉଁ ଧାନକୁ ଆପଣ ଦେଖୁଛନ୍ତି, ତା’ ବିହନକୁ ଏହି ମହିଳା ଚାଷୀଙ୍କ ଉଦ୍ଭାବନ କରିଛନ୍ତି । ଏଇ ହେଇଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରେଢୁଆ ଗାଁର କାଦମ୍ବିନୀ ବେହେରୀ । ୨୦୦୨ ମସିହାରୁ ଚାଷ କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି ଏହି ମହିଳା । ଗୋରେଖନାଥ କୃଷକ ମହାସଙ୍ଘ ପ୍ରେରଣା ଓ ନିଜ ଇଚ୍ଛା ଶକ୍ତି ବଳରେ ଅନକେ କିସମର ଧାନ ଚାଷ କରିଆସୁଛନ୍ତି । ଆଉ ଏବେ ସେ ଏକ ନୂଆ କିସମର ଧାନ ‘ଲାଲ ବାସ୍ନା’ର
ଉଦ୍ଭାବନ କରିଛନ୍ତି । ଆଉ ଏହାକୁ ନିଜ ନାମରେ ପଂଜିକରଣ କରିଛନ୍ତି ।
ନ୍ୟାସନାଲ ରାଇସ୍ ରିସର୍ଚ୍ଚ ଇନ୍୍ଷ୍ଟିଚ୍ୟୁଟ୍ ଓ ଓଡିଶା କୃଷି ବୈଷୟିକ ବିଶ୍ୱ ବିଦ୍ୟାଳୟର ମିଳିତ ଉଦ୍ୟମରେ ପ୍ରଥମେ ଦୁଇଟି କିସମର ଧାନ ଚାଷ କରନ୍ତି କାଦମ୍ବିନୀ । କୁଦ୍ରତ-୩ ଓ କେତକିଜୁହା ଧାନର ମିଶ୍ରଣରେ ‘ଲାଲ ବାସ୍ନା’ ଧାନ ଉଦ୍ଭାବନ କରିଛନ୍ତି । ଏହାକୁ ମାନ୍ୟତା ଦେଇ, ନିଜ ନାଁରେ ପଂଜିକରଣ କରିବା ପାଇଁ ୨୦୧୭ରେ ଓୟୁଏଟି ଜରିଆରେ କେନ୍ଦ୍ର ସରକାରଙ୍କ ପାଖରେ ଆବେଦନ କରିଥିଲେ । ଦୀର୍ଘ ୫ ବର୍ଷ ପରେ ୨୦୨୨ରେ ‘ଲାଲ ବାସ୍ନା’ ଧାନକୁ ଅନୁମତି ମିଳିବା ସହ କାଦମ୍ବିନୀଙ୍କ ନାଁରେ ଏହା ପଂଜିକୃତ ହୋଇଛି ।
ଏବେ ‘ଲାଲ ବାସ୍ନା’ ଧାନକୁ ସମଗ୍ର ଦେଶରେ ଚାଷୀମାନଙ୍କୁ ଯୋଗାଇବାରେ ସଫଳ ହୋଇଛନ୍ତି କାଦମ୍ବିନୀ । ଏହି ଧାନ କମ୍ ଦିନରେ ଅମଳ ହେଉଥିବା ବେଳେ ଉଭୟ ଖାଲୁଆ ଓ ଢିପ ଜମିରେ ହେଉଥିବା ସେ କହିଛନ୍ତି ।

Comments are closed, but trackbacks and pingbacks are open.