ଦାୟିତ୍ୱ ନେଲେ ନୂଆ ନିର୍ବାଚନ କମିଶନର

27

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ଅରୁଣ ଗୋଏଲ ସୋମବାର ନୂତନ ନିର୍ବାଚନ କମିଶନରଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୮୫ ବ୍ୟାଚ୍ ପଞ୍ଜାବ କ୍ୟାଡର ଆଇଏଏସ୍ ଶ୍ରୀ ଗୋଏଲ ଚଳିତମାସ ୧୮ରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଥିବାବେଳେ ୧୯ରେ ନିର୍ବାଚନ କମିଶନର ନିଯୁକ୍ତ ହୋଇଥିଲେ । ଶ୍ରୀ ଗୋଏଲ ଦାୟିତ୍ୱ ନେବାପରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ସବୁ ପଦ ପୂରଣ ହୋଇଛି । ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ତୁଲାଉଥିବାବେଳେ ଅନୁପ ଚନ୍ଦ୍ର ପାଣ୍ଡେ ଅନ୍ୟତମ କମିଶନରଭାବେ କାର୍ଯ୍ୟରତ ଅଛନ୍ତି ।

Comments are closed, but trackbacks and pingbacks are open.