ଏଗ୍‌ଜିମା ଚିକିତ୍ସାର ନୂତନ ଦିନ ବର୍ତମାନ ଉପଲ୨: ବିଶେଷଜ୍ଞ

834

ଭୁବନେଶ୍ୱର, ୪/୧୧: ବିଶ୍ୱରେ ଗତ ୨୦ ବର୍ଷ ମଧ୍ୟରେ ଏଗ୍‌ଜିମା ଭଳି ଚର୍ମରୋଗ ସମସ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୪ ପ୍ରତିଶତରୁ ୭.୫ ପ୍ରତିଶତରେ ପହଂଚିଛି । କିନ୍ତୁ ଏହାର ଚିକିତ୍ସା ନିମନ୍ତେ ନୂତନ ଔଷଧ ଓ ନୂତନ ଦିଗ ବର୍ତମାନ ଉପଲ୨ ଥିବାରୁ ତାହା ଆଶ୍ୱସ୍ତିର କାରଣ ବୋଲି ଶନିବାର ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ସନ୍ଦିପନ୍‌ ଧର କହିଛନ୍ତି ।
ଏଗ୍‌ଜିମା ନୂତନ ଔଷଧର ପ୍ରୟୋଗ ଓ ନୂତନ ପ୍ରକ୍ରିୟାରେ ଭଲ ହୋଇପାରିବ । କିନ୍ତୁ ଏଥିପାଇଁ ସମୟର ଆବଶ୍ୟକତା ରହିଛି । ତେବ ଏ ଦିଗରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସୋସାଇଟି ଫର୍‌ ଏଗ୍‌ଜିମା ଷ୍ଟଡିଜ (ଏସ୍‌ଇଏସ୍‌)ର ସଭାପତି ଡାକ୍ତର ଧର କହିଛନ୍ତି । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ‘ନ୍ୟାସ୍‌ନାଲ୍ ଅପ୍‌ଡେଟ୍ ୨୦୨୩’ର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ଡାକ୍ତର ଧର ।
ଏଗ୍‌ଜିମାର ଚିକିତ୍ସା ନିମନ୍ତେ ନୂତନ ଗବେଷଣା ଜାରି ରହିଥିବା ବେଳେ ଏ ଦିଗରେ ଚର୍ମରୋଗ ବିଶେଷଜ୍ଞ ତଥା ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି । ଏହି କାରଣରୁ ନ୍ୟାସ୍‌ନାଲ୍ ଅପ୍‌ଡେଟ୍ ୨୦୨୩ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସେ କହିଛନ୍ତି ।
ଚର୍ମରୋଗ ବିଶେଷଜ୍ଞମାନେ ବିଶ୍ୱରେ ଉପଲ୨ ଥିବା ନୂତନ ଚିକିତ୍ସା ପ୍ରକ୍ରିୟା ଓ ଔଷଧର ପ୍ରୟୋଗ ସମ୍ପର୍କରେ ପ୍ରଶିକ୍ଷିତ ହେବାର ଆବଶ୍ୟକତା ରହିଛି ଯେଉଁଥି ପାଇଁ ଏସ୍‌ଇଏସ୍ ଗଠନ କରାଯାଇଛି ବୋଲି ଡାକ୍ତର ଧର କହିଛନ୍ତି । ଏହି ଅବସରରେ କଟକ ସ୍ଥିତ ଏସ୍‌ସିବି ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲ୍‌ର ଚର୍ମରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରସେନ୍‌ଜୀତ ମହାନ୍ତି ଯୋଗ ଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ଏସ୍‌ଇଏସ୍ ପକ୍ଷରୁ ନୂତନ ପରୀକ୍ଷଣ ଓ ଚିକିତ୍ସା ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଆଡିସ୍‌ନାଲ ଡିନ୍ ପ୍ରଫେସର (ଡାକ୍ତର) ଅଜୟ କୁମାର ଜେନା, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଚର୍ମରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବିକାଶ ରଞ୍ଜନ କର ଓ ପ୍ରଫେସର (ଡାକ୍ତର) ମୈତ୍ରେୟୀ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

Comments are closed, but trackbacks and pingbacks are open.