ଏନସିପି ଆରୋପ ର ଜବାବ ଦେଲା ଏନସିବି

30

କ୍ରୁଜରେ ଚାଲିଥିବା ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟିରେ ଚଢ଼ଉ କରି ଏନସିବି ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରିଛି। ଏମାନେ ସମସ୍ତେ ଡ୍ରଗ୍ସ ସେବନ ଓ ଡିଲରେ ସାମିଲ ଥିବା କୁହାଯାଉଛି। କିନ୍ତୁ ଏନସିବି ର ଏହି ରେଡ କୁ ଏନସିପି, ବିଜେପି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ବୋଲି ଆକ୍ଷେପ କରିଛି । ଏହା ସହିତ ଏନସିବି କ୍ରୁଜରେ କରିଥିବା ରେଡକୁ ଏନସିପି ନେତା ନବାବ ମଲ୍ଲିକ ଫେକ ବୋଲି କହିଛନ୍ତି। ଏହାର ଜବାବ ରେ ଏନସିବିର ମୁମ୍ବାଇ ମୁଖ୍ୟ ସମୀର ୱାଙ୍ଖେଡେ କହିଛନ୍ତି ଆଇନର ପରିସର ମଧ୍ୟରେ ସବୁ କିଛି କରାଯାଉଛି I
ସମୀର କହିଛନ୍ତି, ଆମେ ଏ ସମ୍ପର୍କରେ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ସାରିଛୁ। ଆମେ ପୁଣିଥରେ କହିବାକୁ ଚାହୁଁଛୁ ଯେ ପଞ୍ଚନାମା କରିଥିବା ୯ ଜଣଙ୍କ ନାଁ ମଧ୍ୟ ଆମେ ଦେଇ ସାରିଛୁ। ସମସ୍ତ ପ୍ରକାରର କାର୍ଯ୍ୟାନୁଷ୍ଠାନ ବା ପଦକ୍ଷେପ ଆଇନର ପରିସର ମଧ୍ୟରେ ନିଆଯାଉଛି ବୋଲି ସେ କହିଛନ୍ତି।
ବୁଧବାର ଏନସିପି ନେତା ନବାବ ମାଲିକ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ଏନସିବି ନିଶା ଦ୍ରବ୍ୟ ଚୋରା ଚାଲାଣ ରେ ସଫଳ ହୋଇ ନ ଥିବା ବେଳେ ,ଏବେ ଯୋଜନାବଦ୍ଧ ଭାବରେ କିଛି ଲୋକଙ୍କୁ ଫସାଇବା ଓ ଏହାର ଜୋରଦାର ପ୍ରଚାର ହିଁ ଏନସିବି ର ଯୋଜନା ଥିଲା I ଶନିବାର ରାତି କ୍ରୁଜରେ ଏନସିବି କରିଥିବା ରେଡ୍‌ ଫେକ। ଏନସିବି ରେଡରେ ବିଜେପିର କିଛି କର୍ମକର୍ତ୍ତା ସାମିଲ ଥିଲେ। ଏନଡିପିଏସ୍‌ ଆଇନକୁ ଅନୁକରଣ କରାଯାଇନି। ଅଭିଯୁକ୍ତଙ୍କୁ ଫସାଇବା ପାଇଁ ଏନସିବି ସବୁ କିଛି କରୁଛି ବୋଲି ସେ ଅଭିଯୋଗ କରିଥିଲେ। ଆର୍ଯ୍ୟନ ଖାନଙ୍କ ସହ ଫଟୋ ଉଠାଇଥିବା ବ୍ୟକ୍ତି ଜଣଙ୍କ ଏନସିବି ଅଧିକାରୀ ନୁହନ୍ତି ବୋଲି ଜଣାପଡ଼ିବା ପରେ ମାଲିକ ଏପରି ବୟାନ ଦେଇଥିଲେ।
ନବାବଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ଦେଇ ମୁମ୍ବାଇ ଏନସିବି ମୁଖ୍ୟ ସମୀର ୱIଖେଡେ କହିଛନ୍ତି, କାହାକୁ ଫସାଇବା ଆମର ଉଦ୍ଦେଶ୍ୟ ନୁହେଁ। ଏନସିବି ହେଉଛି ଗୋଟିଏ ପ୍ରଫେସନାଲ ଅର୍ଗାନାଇଜେସନ। ଏନଡିପିଏସ୍‌ ନିୟମକୁ ଯିଏ ଭାଙ୍ଗୁଛି, ଆମେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ।
ଆଗକୁ ମଧ୍ୟ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ। ଆମେ ସମସ୍ତେ ସରକାରୀ ଅଧିକାରୀ ଓ ସମସ୍ତେ ସେମାନଙ୍କ ଡ୍ୟୁଟି କରୁଛନ୍ତି। ଗତ ଦେଢ଼ ବର୍ଷ ହେଲାଣି ଆମେ ମୁମ୍ବାଇ ଓ ମହାରାଷ୍ଟ୍ରକୁ ଡ୍ରଗ୍ସ ମୁକ୍ତ କରିବାକୁ ପ୍ରୟାସ କରୁଛୁ। ଆମ ପରିସଂଖ୍ୟନ ମଧ୍ୟ ଏହାର ପ୍ରମାଣ ଦେଉଛି।
ଏନସିବି ୩୨୦ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଟି ବଡ଼ ଡ୍ରଗ୍ସ ଫ୍ୟାକ୍ଟ୍ରୀର ଚଢ଼ଉ କରିଛି। ଗତ ମାସରେ ଗୁଜରାଟ ର ମୁନ୍ଦ୍ରI ବନ୍ଦରରୁ ପ୍ରାୟ ୨୧ ହଜାର କୋଟି ଟଙ୍କାର ମାଦକ ଦ୍ରବ୍ୟ ଜବତ ହୋଇଥିଲା I ସେହିପରି ବଡ଼ବଡ଼ ଡ୍ରଗ ସିଣ୍ଡିକେଟ ଓ ଗ୍ୟାଙ୍ଗର ପର୍ଦ୍ଦାଫାସ ମଧ୍ୟ କରିଛି। ବର୍ଷକ ମଧ୍ୟରେ ୧୦୦ କୋଟିରୁ ଅଧିକ ଟଙ୍କାର ଡ୍ରଗ୍ସ ଧରା ପଡ଼ିଲାଣି। ଭବିଷ୍ୟତରେ ମଧ୍ୟ ଆମେ ଏହି ପ୍ରକ୍ରିୟା ଜାରି ରଖିବୁ I

(ଫୋଟୋ ସୌଜନ୍ୟ :ଗୁଗୁଲ)

Leave A Reply

Your email address will not be published.