ନବ ଦାସଙ୍କ ହତ୍ୟାକାଣ୍ଡର ମିଳିଲା ସୁରାକ!

18

ରହସ୍ୟ ଘେରରେ ରହିଛି ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ । ହତ୍ୟାକାଣ୍ଡକୁ ୫ ଦିନ ପୂରି ଥିଲେ ବି ପରଦା ଫିଟୁନାହିଁ । କାହିଁକି ଗୋପାଳ ନବ ଦାସଙ୍କୁ ହତ୍ୟା କଲା ତାର କାରଣ ଖୋଜା ଚାଲିଥିବା ବେଳେ ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି । ନବ ଦାସଙ୍କୁ କାହିଁକି ହତ୍ୟା କଲା ସେ ସମ୍ପର୍କରେ ଏକ ଚିଠି ଲେଖିଥିବା ଗୋପାଳ କ୍ରାଇମବାଞ୍ଚ ଆଗରେ କହିଛି । ସେ ଚିଠିକୁ ଝାରସୁଗୁଡ଼ା ବିମାନବନ୍ଦର ଥାନାର ସେଫ୍ଟଟି ଟ୍ୟାଙ୍କିରେ ଫ୍ଲସ୍ କରି ଦେଇଥିବା କହିଛି । ଏହି ଚିଠିକୁ ଖୋଜିବାକୁ ଏଡିଜି ଅରୁଣ ବୋଥ୍ରା, ସମ୍ବଲପୁର ଆଇଜି ଅରୁଣ କୁମାର, ଝାରସୁଗୁଡା ଏସ୍‌ପିଙ୍କ ସମେତ ପୁଲିସ୍ ଟିମ୍ ଏହି ଅପରେସନରେ ଲାଗିପଡ଼ିଥିଲେ ।

ଗତକାଲି ରାତିରେ ସଫେଇ କର୍ମଚାରୀଙ୍କୁ ଡାକି ପାଇଖାନା ଟାଙ୍କି ଖୋଲାଯାଇଥିଲା । ୩ ଘଣ୍ଟା ଧରି ସେଫ୍ଟଟି ଟ୍ୟାଙ୍କିକୁ ଖୋଲି କ୍ରାଇମ ବ୍ରାଞ୍ଚ ଖୋଳତାଡ଼ କରିଥିଲା । ଝାରସୁଗୁଡାରେ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ରାତି ଅଧିଆ ଛାନଭିନ୍ । ଗତକାଲି ଦିନ ତମାମ କ୍ରାଇମବ୍ରାଞ୍ଚର ଛାନଭିନ ପରେ କିଛି ସୁରାଗ ପାଇଁ ଝାରସୁଗୁଡା ବିମାନ ବନ୍ଦର ଥାନା ପାଇଖାନ ଟାଙ୍କିରେ ଖୋଳାଖୋଳି କରାଯାଇଛି । ଗୋପାଳର ହାତ ଲେଖା ଚିଠି ସେଠାରୁ ମିଳିଛି । ଚିଠିରେ ଆଂଶିକ ଲେଖା ଲିଭି ଯାଇଥିବାରୁ ଚିଠିକୁ ଫରେନସିକ ଲ୍ୟାବ ପଠାଯାଇଛି ।

ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଗୋପାଳ ଏୟାରପୋର୍ଟ ଥାନାକୁ ନିଆ ଯାଇଥିଲା ସେଠି ଗୋପାଳ କାଗଜରେ କିଛି ତଥ୍ୟ ଲେଖି ଛାଡି ଥିବା ନେଇ ଜଣାପଡ଼ିଥିଲା । ଗତକାଲି ରାତିରେ ପାଇଖାନା ଟାଙ୍କିକୁ ଖୋଲା ଯାଇଥିଲା । ସେଠାରୁ ଗୋପାଳର ହାତ ଲେଖା ଚିଠି ମିଳିଛି । ଏହି ଚିଠିରୁ କିଛି ବଡ଼ ସୁରାକ ମିଳିପାରେ ବୋଲି ଅନୁମାନ କରାଯାଉଛି ।

Comments are closed, but trackbacks and pingbacks are open.