ବହୁ ଚର୍ଚ୍ଚିତ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା: ମୃତ ଶିଶୁପୁତ୍ର ଜନ୍ମ ଦେଲେ ନାବାଳିକା

35

ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ଗୁମ୍ମା ପଞ୍ଚାୟତର ସେପାରି ଗ୍ରାମର ୭ମ ଶ୍ରେଣୀ ଝିଅ ଗର୍ଭବତୀ ହୋଇଥିବା ସ୍କୁଲ୍ କର୍ତ୍ତୃପକ୍ଷ ଜାଣି ପାରିଥିଲେ । ସୂଚନା ଅନୁସାରେ ଉକ୍ତ ଝିଅ ରଙ୍ଗାପାରୁ ଆବାସିକ ବିଦ୍ୟାଳୟରେ ରହି ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିଲେ । କିନ୍ତୁ ଲଜ୍ଜାର ବିଷୟ ଯେ ସେ ଗର୍ଭବତୀ ହୋଇଥିବା ସ୍କୁଲ କର୍ତୁପକ୍ଷ ଜାଣି ପାରି ବେଲଘର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଓ ବେଲଘର ପୋଲିସ ୪୩/୨୨ ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲେ ।ପରେ ଶିଶୁ ସୁରକ୍ଷା କମିଟିର ମିଳିତ ତଦନ୍ତ ପରେ ଉକ୍ତ ବାଳିକାକୁ କନ୍ଧମାଳ ଶିଶୁ ସୁରକ୍ଷା କମିଟି ମାଧ୍ୟମରେ ବ୍ରହ୍ମପୁର ମେଡ଼ିକାଲ ନେଇ ଚିକିତ୍ସା କରାଯାଉଥିଲା ପରେ ଘୁ.ଉଦୟଗିରିରେ ଥିବା ସୁଭଦ୍ରା ମହତାବ ସେବା ସଦନରେ ଶିଶୁ ସୁରକ୍ଷା କମିଟି କନ୍ଧମାଳ ପକ୍ଷରୁ ଗତ ୩୦ ତାରିଖ ଦିନ ଆଣି ରଖିଥିଲେ, ସେଠାରେ ସେ ଭଲରେ ଥିଲେ କିନ୍ତୁ ଗତକାଲି ରାତି ପ୍ରାୟ ୧୧:୪୫ ମିନିଟ ସମୟ ହେବ ଉକ୍ତ ବାଳିକା ଅଣ୍ଟା ବ୍ୟଥା ହେଉଥିବା ଅନୁଭବ କରି ନିଜର ସହଯୋଗୀଙ୍କୁ କହିଥିଲେ । ଖବର ଜାଣିବା ପରେ ତୁରନ୍ତ କର୍ତ୍ତୃପକ୍ଷ ପକ୍ଷରୁ ଆମ୍ବୁଲାନ୍ସ ଯୋଗାଯୋଗ କରାଯାଇଥିଲା ।ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଉକ୍ତ ବାଳିକା ଜଣକ ଏକ ଶିଶୁ ପୁତ୍ର ସନ୍ତାନ ଜନ୍ମ କରିଥିଲେ । ଆମ୍ବୁଲାନ୍ସ ଘଟଣା ସ୍ଥଳକୁ ପହଞ୍ଚି ଉକ୍ତ ନବଜାତ ଶିଶୁ ଓ ବାଳିକାଙ୍କୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଣିଥିଲେ ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିବା ବେଳେ ନବଜାତ ଶିଶୁ ପୁତ୍ରଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବାଳିକା ଜଣକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସା ହେଉଥିବା ଦେଖିବାକୁ ମିଳିଛି । ଉକ୍ତ ଘଟଣାରେ ସ୍ଥାନୀୟ ଥାନା ପକ୍ଷରୁ ନବଜାତ ମୃତ ଶିଶୁକୁ ଉଦ୍ଧାର କରିବା ସହ କେସ ନମ୍ବର ୦୭/୨୨ ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ଶିଶୁକୁ ପରିବାରକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.