ଭାରତର ସବୁଠୁ ମହଙ୍ଗା ହୋଟେଲ

28

ବିଭିନ୍ନ ଆକର୍ଷଣୀୟ ଫିଚରଯୁକ୍ତ ଭିନ୍ନ ଭିନ୍ନ ଧରଣର ହଜାର ହଜାର ହୋଟେଲ  ଭାରତରେ ରହିଛି । କିଛି ହୋଟେଲ ଗ୍ରାହକଙ୍କ  ବିଳାସବହୁଳ ଏ ଭବ୍ୟତାର  ଅନୁଭବ ପ୍ରଦାନ କରନ୍ତି । ଏ  ସବୁ ପଞ୍ଚତରକା ଓ ସପ୍ତତାରକା  ଶୃଙ୍ଖଳାର । ଏହି କ୍ରମରେ ଦେଶର ସବୁଠୁ ମହଙ୍ଗା  ଓ ବିଳାସମୟ ହୋଟେଲ ହେଉଛି ଜୟପୁରର ରାଜ ପ୍ୟାଲେସ । ସରକାରଙ୍କ ଦ୍ୱାରା  ଏହାକୁୂ  ଭାରତର ଶ୍ରେଷ୍ଠ ଐତିହ୍ୟସମ୍ପନ୍ନ ହୋଟେଲ ସମ୍ମାନ ମିଳିଛି । ବିଶ୍ୱ ଭ୍ରମଣ ସମ୍ମାନ ଦ୍ୱାରା  ଲଗାତର ୭ ଥର ବି ହେରିଟେଜ ହୋଟେଲ ଭାବେ ଏହା ଭୋଟ ପାଇଛି । ୧୭୨୭ ମସିହାରେ ଏହା ନିର୍ମିତ ହୋଇଥିଲା । ଚୋମୁକ ଶେଷ ରାଜା ଠାକୁର ରାଜ ସିଂହଙ୍କ ନାମ ଅନୁସାରେ ଏହାର ନାମକରଣ ହୋଇଛି । ୧୯୯୦ ମସିହାରେ ରାଜକୁମାର ଜୟନ୍ଦ୍ର କୁମାରୀ  ଏହି ମହଲକୁ ହୋଟେଲରେ ରୂପାନ୍ତରିତ କରିଥିଲେ । ଦୀର୍ଘବର୍ଷ ପରେ ମଧ୍ୟ ଏହି ହୋଟେଲ ନିଜର ସ୍ୱତନ୍ତ୍ରତା ବଜାଇ ରଖିଛି । ଏହାର ଚମତ୍କାର ଆଭ୍ୟନ୍ତର ଡିଜାଇନ ଗରାହକଙ୍କୁ ଆକୃଷ୍ଟ କରେ । ହୋଟେଲରେ ୫୦ଟି ବିଳାସପୂର୍ଣ୍ଣ ବଖରା ରହିଛି । ମୋଗଲ କାଳରେ ଡିଜାଇନ ସହ ଏହା ସମାନ । ହୋଟେଲ ଅନେକ ବଖରା ରାଜାଙ୍କର ଥିଲା । ଐତିହାସିକ  ଓ ପ୍ରାଚୀନ ସାଜସଜା ସାମଗ୍ରୀ ଏବେ ହୋଟେଲରେ ରହିଛି । ଅମିତାଭ ବଚ୍ଚନଙ୍କଠାରୁ ଇଲିଅଟ ପେଜଙ୍କ  ଭଳି ବ୍ଶ୍ବର ଅନେକ ସେଲିବ୍ରେଟି  ଏହି ହୋଟେଲରେ ରହିଛନ୍ତି । ଏଠାରେ ରହିବା ପାଇଁ ବିଭିନ୍ନ ପ୍ରକାର ବଖରା ରହିଛି । ହେରିଟେଜ ଓ ପ୍ରିମୟମ ରୁମର ରାତିକ ଭଡା ୬୦ ହଜାର ଟଙ୍କା । ଐତିହାସିକ ସୁଟରେ ଗୋଟାଏ ରାତି ରହିବାର ଭଡା ୭୭ ହଜାର  ଟଙ୍କା । ପ୍ରେଷ୍ଟିଜ ସିଟରେ ରହିବା ପାଇଁ ରାତିକ ବଡା ୧ ଲ୭ରୁ ଅଧିକ ୨ ପ୍ୟାଲେସ  ସୁଟରେ ଗୋଟାଏ ରାତି ରହିବା  ପାଇଁ ଭଡା ୫ ଲକ୍ଷ ଦେବାକୁ ପଡିବ । ସବୁଠୁ  ମହଙ୍ଗା ହେଉଛି  ପ୍ରେସିଡେନ୍ସିଆଲ ସୁଟ । ରାତିକ ପାଇଁ ଏହାର ବଡା ୧୪ ଲକ୍ଷ ଟଙ୍କା । 

Comments are closed, but trackbacks and pingbacks are open.