ଆହୁରି ବଢିବ ଖରା;ମାର୍ଚ୍ଚ ୯ ସୁଦ୍ଧା ୪୦ଡିଗ୍ରୀ ଛୁଇଁବ

23

ମାର୍ଚ୍ଚରୁ କଲବଲ କଲାଣି ଖରା । ଅସ୍ତବ୍ୟସ୍ତ ହେଲାଣି ଜନଜୀବନ। ସକାଳ ୯ଟା ହେଲା ବେଳକୁ ଏତେ ପ୍ରଖର ଖରା ହେଉଛି ଯେ, ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଏପରି ରାଜ୍ୟରେ ଆହୁରି ୧୫ ଦିନ ଅସ୍ତବ୍ୟସ୍ତ କରିବା ଟାଣ ଖରା । ଟାଣ ଖରା ଯୋଗୁଁ ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡିବ।

ମୁକ୍ତ ଆକାଶ ଓ ଶୁଷ୍କ ବାୟୁର ପ୍ରବାହକୁ ନେଇ ରାଜ୍ୟରେ ଏଣିକି ବଢିବ ତାପମାତ୍ରା । ମାର୍ଚ୍ଚ ୯ତାରିଖ ସୁଦ୍ଧା ତାପମାତ୍ରା ୩୯ କିମ୍ବା ୪୦ ଡିଗ୍ରୀ ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ମାର୍ଚ୍ଚ ୧୦ରୁ ୧୬ ତାରିଖ ମଧ୍ୟରେ ବି ତାପମାତ୍ରା ସ୍ବଭାବିକ ଠାରୁ ଅଧିକ ରହିବ । ୧୫ ଦିନ ଭିତରେ କାଳବୈଶାଖୀ ବର୍ଷାର ସମ୍ଭାବନା ନାହିଁ । ପାଗ ମୁଖ୍ୟତଃ ଶୁଖିଲା ରହିବ । ଫଳରେ ତାତି ଅଧିକ ଅନୁଭୂତ ହେବ । ମାର୍ଚ୍ଚ ମାସରେ ଗ୍ରୀଷ୍ମ ପ୍ରବାହ ମଧ୍ୟ ହେବାର ସମ୍ଭାବନା ଅଧିକ ରହିଛି ।

ଅପରପକ୍ଷେ ଆଜିଭଳି ଆସନ୍ତା ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟରାତ୍ରିରୁ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ପଡ଼ିବ। ଗତ ରାତିରେ ରାଜ୍ୟର ଅନେକ ସ୍ଥାନରେ କୁହୁଡ଼ି ପଡ଼ିଥିଲା। ଦୃଶ୍ୟମାନ ଦୂରତା କଟକରେ ୧୫୦ ମିଟର, ଭୁବନେଶ୍ବରରେ ୧୦୦ ମିଟର ରହିଥିବା ବେଳେ ଢେଙ୍କାନାଳରେ ୫୦ ମିଟର ଓ କେନ୍ଦ୍ରାପଡ଼ାରେ ୯୦ ମିଟର ଥିଲା। ଆସନ୍ତାକାଲି ସକାଳୁ ଅନୁଗୁଳ, ଢେଙ୍କାନା‌ଳ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଧା ଓ ନୟାଗଡ଼ ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ‌ୟେଲୋୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିଭଳି କଟକ, ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦ୍ରପଡ଼ା‌ରେ ୨୬ ତାରିଖ ଦିନ ଘନ କୁହୁଡ଼ିର ସମ୍ଭାବନା ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟର ଅବଶିଷ୍ଟ ଅଞ୍ଚଳ‌ରେ ଅଳ୍ପବହୁତ କୁହୁଡ଼ି ଦେଖାଯିବ।

Comments are closed, but trackbacks and pingbacks are open.