ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ମଡେଲ, ଅବସ୍ଥା ଗୁରୁତର

18

ରାଜସ୍ଥାନର ଯୋଧପୁରରେ ଜଣେ ମଡେଲ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ମଡେଲ ରହୁଥିବା ହୋଟେଲ ର ଷଷ୍ଠ ମହଲାରୁ ଡେଇଁପଡିଥିଲେ I ଏହା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି ଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଏହି ଯୁବତୀ ଙ୍କ ନାଁ ଗୁନ୍‌ଗୁନ୍‌ ଉପାଧ୍ୟାୟ। ସେ ଜଣେ ଫ୍ୟାସନ୍ ମଡେଲ୍‌ I
ସୂଚନାନୁସାରେ ମଡେଲ ଜଣକ ତାଙ୍କ ବାପାଙ୍କୁ ଫୋନ୍ କରି କହିଲେ ଯେ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ଆଉ ତା’ପରେ ସେ ହୋଟେଲର ଷଷ୍ଠ ମହଲାରୁ ଡେଇଁ ପଡ଼ିଥିଲେ। ଏହା ଶୁଣି ତାଙ୍କ ବାପା ପୁଲିସ୍‌କୁ ଫୋନ୍‌ କରି ସାହାଯ୍ୟ ମାଗିଥିଲେ। ପୁଲିସ୍ ଗୁନ୍‌ଗୁନ୍‌ଙ୍କ ଫୋନ୍ ଟ୍ରାକ୍‌ କରି ହୋଟେଲ୍‌ରେ ପହଞ୍ଚିଥିଲା। ହେଲେ ସେତେବେଳକୁ ସେ ହୋଟେଲ୍‌ରୁ ଷଷ୍ଠ ମହଲାରୁ ଡେଇଁ ସାରିଥିଲେ। ଘଟଣାଟି ଘଟିଛି ରାଜସ୍ଥାନର ଯୋଧପୁର ସହରରେ।
୬ ମହଲାରୁ ଡେଇଁଥିଲେ ବି ଉକ୍ତ ଯୁବତୀଙ୍କର ମୃତ୍ୟୁ ହୋଇନାହିଁ। ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କ ଛାତିର କିଛି ହାଡ଼ ବି ଭାଙ୍ଗିଛି। ତାଙ୍କର ବହୁତ ରକ୍ତସ୍ରାବ ହୋଇଛି। ସେଥିପାଇଁ ତାଙ୍କୁ ରକ୍ତ ଦିଆଯାଇଛି।
ଗୁନ୍‌ଗୁନ୍‌ କାହିଁକି ଏମିତି ଏକ ପଦକ୍ଷେପ ନେଲେ, ତାହା ଜଣାପଡ଼ିନି। ପୁଲିସ୍‌ କହିଛି ଯେ ଏବେ ସେ କିଛି କହିବା ସ୍ଥିତିରେ ନାହାନ୍ତି। ସେ କଥା କହିବା ସ୍ଥିତିକୁ ଆସିଲେ ହିଁ ଘଟଣା ପଛର କାରଣ ଜଣାପଡ଼ିବ। ତେବେ ପୁଲିସ୍ ଘଟଣାର ଛାନ୍‌ଭିନ୍ ଜାରି ରଖିଛି।

Leave A Reply

Your email address will not be published.