ବିଧାନସଭାରେ ସରକାରୀ ଜମି ଲିଜ୍‌ ର ତଥ୍ୟ ପ୍ରଦାନ କଲେ ମନ୍ତ୍ରୀ

47

ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମନ୍ତ୍ରୀ ମାନେ ନେଇଥିବା ଜମି ର ତଥ୍ୟ ପ୍ରଦାନ କରିଛନ୍ତି । ଏହି ତଥ୍ୟ ଆଧାର ରେ ସେ ଦର୍ଶାଇଛନ୍ତି ଯେ ବିଜୁ ଜନତା ଦଳ ୧୨ କୋଟିରୁ ଅଧିକ ଓ ଭାରତୀୟ ଜନତା ପାର୍ଟି ୨୫ କୋଟିରୁ ଅଧିକ ଟଙ୍କା ଦେଇ ଭୁବନେଶ୍ୱରରେ ସରକାରୀ ଜମି ଲିଜ୍‌ରେ ନେଇଛନ୍ତି।
ସେ କହିଛନ୍ତି, ରାଜଧାନୀ ଭୁବନେଶ୍ୱରରେ ବିଜୁ ଜନତା ଦଳ ପ୍ରଚଳିତ ବେଞ୍ଚମାର୍କ ଭାଲୁଏସନ୍ ମୁତାବକ ଏକର ପିଛା ଧାର୍ଯ୍ୟ ୧୦ କୋଟି ୪୭ ଲକ୍ଷ ଟଙ୍କା ହିସାବରେ ୧୨ କୋଟି ୩୮ ଲକ୍ଷ ୬୦ ହଜାର ୧୦୦ ଟଙ୍କା ମୂଲ୍ୟରେ ୧ ଏକର ୧୮୩ ଡିସିମିଲ ସରକାରୀ ଜମି ଲିଜ୍ ସୂତ୍ରରେ ନେଇଛନ୍ତି।
ଭାରତୀୟ ଜନତା ପାର୍ଟି ୨୫ କୋଟି ୮୧ ଲକ୍ଷ ୯୪ ହଜାର ଟଙ୍କା ଜମା କରି ୧ ଏକର ୨୭୯ ଡିସିମିଲ ସରକାରୀ ଜମି ଲିଜ୍‌ ସୂତ୍ରରେ ନେଇଛନ୍ତି। ଦଳ ଏକର ପିଛା ବେଞ୍ଚମାର୍କ ଭାଲୁଏସନ୍‌ ୧୬ କୋଟି ୬୦ ଲକ୍ଷ ଟଙ୍କା ହିସାବରେ ୯୦୯ ଡିସିମିଲ ଜମି ପାଇଁ ୧୫ କୋଟି ୮ ଲକ୍ଷ ୯୪ ହଜାର ଟଙ୍କା ଦେଇଥିବା ବେଳେ ଏକର ପିଛା ବେଞ୍ଚମାର୍କ ଭାଲୁଏସନ୍ ୨୯ କୋଟି ହିସାବରେ ୩୭୦ ଡିସିମିଲ ଜମି ପାଇଁ ୧୦ କୋଟି ୭୩ ଲକ୍ଷ ଟଙ୍କା ଦେଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି।
ସେ କହିଛନ୍ତି, ଭୁବନେଶ୍ୱରରେ ଦଳୀୟ କାର୍ଯ୍ୟାଳୟ କରିବା ପାଇଁ ୧୯୬୪ ମସିହାରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଏକର ପିଛା ୧୦ ହଜାର ଟଙ୍କା ହିସାବରେ ୫ ହଜାର ଟଙ୍କାରେ ୫୦୦ ଡିସିମିଲ ନେଇଥିଲା। ୧୯୯୨ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ଏକର ପିଛା ୧ ଲକ୍ଷ ଟଙ୍କା ହିସାବରେ ୧୭ ହଜାର ୭ ଶହ ୯୧ ଟଙ୍କା ୪୫ ପଇସା ମୂଲ୍ୟରେ ୧୭୮ ଡିସିମିଲ ଓ ୧୯୯୮ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଏକର ପିଛା ୬ ହଜାର ୬୦୦ ଟଙ୍କା ହିସାବରେ ୮୬୧ ଟଙ୍କା ୩୪ ପଇସା ମୂଲ୍ୟରେ ୧୨୯ ଡିସିମିଲ ସରକାରୀ ଜମି ଲିଜ୍ ସୂତ୍ରରେ ନେଇଥିଲେ।

Leave A Reply

Your email address will not be published.