୧୬ ରେ ଓଡିଶା ଆସିବ ପୁରୁଷ ହକି ଦଳ

25

ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୟୀ ଟିମକୁ ଟୋକିଓରେ ଐତିହାସିକ ବିଜୟକୁ ନେଇ ଶୁଭେଚ୍ଛା ଜଣାଇବା ପରେ ଓଡ଼ିଶା ଆସିବାକୁ ନବୀନ ଆମନ୍ତ୍ରଣ କରିଛନ୍ତି । ଫଳରେ ଅଗଷ୍ଟ ୧୬ରେ ଭାରତୀୟ ପୁରୁଷ ହକି ଟିମ୍ ଭୁବନେଶ୍ୱର ଆସିବେ । ବିଜୟୀ ଟିମକୁ ସ୍ୱାଗତ କରିବାକୁ ଅପେକ୍ଷା କରୁଛୁ ବୋଲି ନବୀନ କହିଛନ୍ତି ।

ତେବେ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସର ହକିରେ ବ୍ରୋଞ୍ଜ ପଦକ ଜିତିଛି ଭାରତ । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ଅଲିମ୍ପିକ୍ସରେ ଐତିହାସିକ ବିଜୟ ପାଇଁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରାୟ ୧୯୮୦ ପରେ ହକିରେ ପଦକ ପାଇଛି ଟିମ୍ ଇଣ୍ଡିଆ । ଆଜିର ମ୍ୟାଚରେ ସିମରନଜିତ ୨ଟି ଗୋଲ ଦେଇଥିବା ବେଳେ ହରମନପ୍ରୀତ ସିଂ, ହାର୍ଦ୍ଦିକ ସିଂ ଓ ରୁପିନ୍ଦର ପାଲ ଗୋଟିଏ ଲେଖାଏଁ ଗୋଲ ଦେଇଥିଲେ । ଆଉ ତା’ ଭିତରେ ଟିମ୍‌ର ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ହକି ଖେଳାଳି ତଥା ଅଲିମ୍ପିଆନ୍ ଆଶିଷ ବର୍ଲ୍ଲା Iତେବେ ଟିମ୍‌ର ‘ସାଇଲେଣ୍ଟ ହିରୋ’ ହେଉଛନ୍ତି ଓଡ଼ିଶା ଅମିତ୍ ରୋହିଦାସ, ଯାହାଙ୍କୁ ଏତେ ସ୍ୱୀକୃତି ମିଳିନି। ସେ ଖୁବ୍‌ ସାହାସୀ। ଚଳିତ ଅଲିମ୍ପିକ୍ସରେ ସେ ଏକାକୀ ୧୫ଟି ପେନାଲ୍‌ଟି କର୍ଣ୍ଣରକୁ ରୋକିବାରେ ସମର୍ଥ ହୋଇଥିଲେ।

Leave A Reply

Your email address will not be published.