୧୪୦୦୦ ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ

380

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ। ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ ୧୪,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।

ସୂଚନା ଅନୁସାରେ, ବ୍ଲକ ଅଫିସରେ ମାର୍କେଟିଙ୍ଗ ଇନ୍ସପେକ୍ଟର ସୁଶାନ୍ତ ମଲ୍ଲିକ ‘ଅନ୍ତୋଦୟ ଯୋଜନା’ ଅଧିନରେ ରାସନ କାର୍ଡରେ ଆବେଦନ ପ୍ରକ୍ରିୟାକରଣ ପାଇଁ ଜଣେ ବ୍ୟକ୍ତିଙ୍କଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେବାବେଳେ କଳାହାଣ୍ଡି ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି । ଲାଞ୍ଚ ଟଙ୍କା ସବୁକୁ ଭିଜିଲାନ୍ସ ଟିମ ଜବତ କରିବା ସହ ବର୍ତ୍ତମାନ ସୁଶାନ୍ତ ମଲ୍ଲିକଙ୍କୁ ନିଜ ହେପାଜତକୁ ନେଇ ପଚରାଉଚୁରା କରୁଛି ଟିମ୍ ।

କେସ ଆଧାରରେ ଏମଆଇ ସୁଶାନ୍ତଙ୍କ ବାସଭବନର ୨ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ଟିମ । କଳାହାଣ୍ଡି ଭିଜିଲାନ୍ସ ଟିମ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ପରବର୍ତ୍ତି ସମୟରେ ଏନେଇ ଅଧିକ ସୂଚନା ମିଳିପାରେ ।

Comments are closed, but trackbacks and pingbacks are open.