ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦେଉଛି CBI: ଆମ୍ ଆଦମୀ ପାର୍ଟି

18

ବହୁଚର୍ଚ୍ଚତ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ CBI ରିମାଣ୍ଡରେ ଥିବା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛି ଦଳ ।ଗତକାଲି ସିସୋଦିଆଙ୍କ ପ୍ରଥମ ପର୍ଯ୍ୟାୟ ରିମାଣ୍ଡ ଶେଷ ହୋଇଥିବା ବେଳେ ତାଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ପଠାଇଥିଲେ କୋର୍ଟ । ମନୀଷଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । ସିବିଆଇ ଚାପ ପକାଇ ମଧ୍ୟ ତାଙ୍କ ଠାରୁ କୌଣସି ପ୍ରମାଣ ପାଇ ନାହିଁ। ସେମାନେ ତାଙ୍କ ବାସଭବନରେ ଚଢ଼ାଉ କରି ମଧ୍ୟ କିଛି ପାଇ ନଥିଲେ ବୋଲି ଶ୍ରୀ ସିଂ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତ ରବିବାର ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ଗିରଫ କରାଯାଇଥିଲା। ପ୍ରଥମେ ସିବିଆଇ ତାଙ୍କୁ ପ୍ରଥମେ ୫ ଦିନିଆ ଓ ପରେ ୨ ଦିନ ପାଇଁ ରିମାଣ୍ଡରେ ନେଇଛି।

ଶ୍ରୀ ସିଂହ କହିଛନ୍ତି ଯେ, ସିସୋଦିଆ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କୁ ବାରମ୍ବାର ସମାନ ପ୍ରଶ୍ନ ପଚରାଯାଉଛି ଏବଂ ଏହା ମାନସିକ ନିର୍ଯ୍ୟାତନା ଦିଆଯାଉଛି। ୫୧ ବର୍ଷୀୟ ସିସୋଦିଆଙ୍କୁ ଗତ ଗୁରୁବାର ସିବିଆଇ ଗିରଫ କରିଥିଲା। ଗିରଫର ପରଦିନ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜାମିନ ଆବେଦନରେ ସିସୋଦିଆ ଉଲ୍ଲେଖ କରିଛନ୍ତି ଯେ, ସମସ୍ତ ‘ରିକଭିରି’ ଶେଷ ହୋଇଥିବାରୁ ତାଙ୍କୁ ହାଜତରେ ରଖିଲେ କିଛି ସୁଫଳ ମିଳିବ ନାହିଁ।

ଯେତେବେଳେ ସମନ ପାଇବେ ତୁରନ୍ତ ସିବିଆଇରେ ହାଜର ହେବେ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏହି ମାମଲାରେ ଗିରଫ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ଜାମିନ ପାଇ ସାରିଛନ୍ତି। ସୁପ୍ରିମ୍‌କୋର୍ଟ ଜାମିନ ଆବେଦନ ଶୁଣାଣି କରିବାକୁ ଅଗ୍ରାହ୍ୟ କରିଦେବାରୁ ସିସୋଦିଆଙ୍କ ଓକିଲ ଦିଲ୍ଲୀ ରାଉଜ୍‌ ଆଭେନ୍ୟୁ କୋର୍ଟରେ ଜାମିନ ଆବେଦନ କରିଥିଲେ।

Comments are closed, but trackbacks and pingbacks are open.